ସୁଶାନ୍ତଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅଙ୍କିତା ପୋଷ୍ଟ କରିଥିଲେ ଏହି ଆଶ୍ଚର୍ଯ୍ୟଜନକ କଥା !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ସିଂହ ରାଜପୁତ ଡିପ୍ରେସନ୍‌ କାରଣରୁ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି। ଡିପ୍ରେସନ୍‌ ହେତୁ ତାଙ୍କର ୬ମାସ ପୂର୍ବରୁ ଚିକିତ୍ସା ଚାଲୁଥିଲା। ତେବେ ସୁଶାନ୍ତ କେଉଁ କଥାକୁ ବା କେଉଁ ଘଟଣାକୁ ନେଇ ଡିପ୍ରେସନକୁ ଚାଲି ଯାଇଥିଲେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି କ୍ରମରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ବି ଅନେକ କଥା ସାମ୍ନାକୁ ଆସୁଛି। ଅଙ୍କିତା ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଥିଲେ, ଯାହାକି ଏବେ ଆଲୋଚନାର ପରିସରକୁ ଆସିଛି।

This is what ex-gf Ankita Lokhande wrote on social media shortly ...

ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଅଙ୍କିତା ନିଜର ଇନ୍‌ଷ୍ଟା ଷ୍ଟୋରିରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ଲେଖିଥିଲେ, ‘ଭଗବାନ ଲୋକମାନଙ୍କୁ ଆମର ଜୀବନରୁ ଏଥିପାଇଁ ବାହାର କରି ନେଇଥାଆନ୍ତି, କାରଣ ତାଙ୍କୁ ଯେଉଁ କଥା ଶୁଣାଯାଇଥାଏ, ତାହାକୁ ଆମେ ଶୁଣି ପାରି ନଥାଉ।’

ଅଙ୍କିତାଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି । କ’ଣ କିଛି ଗୋଟେ ଅଘଟଣ ହେବ ବୋଲି ଅଙ୍କିତାଙ୍କୁ ଅନୁଭବ ହୋଇଯାଇଥିଲା କି? କ’ଣ ତାଙ୍କ ହୃଦୟ ତାଙ୍କୁ କିଛି କହିବାକୁ ଚାହୁଁଥିଲା କି? ଏମିତି ଅନେକ କିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତାଙ୍କୁ ନେଇ ଏଯାବତ କୌଣସି ପ୍ରତିକ୍ରିୟା ମିଳିନାହିଁ।

Here's Ankita Lokhande's initial reaction to Sushant Singh ...
Sakal Times

ଏପଟେ ସୋସିଆଲ୍‌ ମିଡିଆରେ ଏକ ଫଟୋ ଓ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଥିରେ ଅଙ୍କିତାଙ୍କୁ ସୁଶାନ୍ତଙ୍କ ବିଲ୍‌ଡିଂ ପରିସରେ ଦେଖିବାକୁ ମିଳିଛି। ଯଦିଓ ତାଙ୍କ ମୁହଁ ମାସ୍କରେ ଢାଙ୍କି ହୋଇଛି ତଥାପି ବି ତାଙ୍କ ହୃଦୟର କଷ୍ଟ ସହଜରେ ବାରି ହୋଇପଡ଼ୁଛି।

ସମ୍ବନ୍ଧିତ ଖବର