ଲିଭ୍‌-ଇନ୍‌-ରିଲେସନସିପ୍‌ରେ ରହୁଥିବା ପ୍ରେମିକା ଜନ୍ମ ଦେଇଥିବା ଶିଶୁ ପୁତ୍ରର ନାମକରଣ କଲେ ଅର୍ଜୁନ, ସୋସିଆଲ୍‌ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ପ୍ରେମିକା ଗତ ୧୦ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଶିଶୁଟି ଜନ୍ମ ନେବା ପରେ ଅର୍ଜୁନ ସୋସିଆଲ୍‌ ମିଡିଆରେ ତା’ର ଏକ ଫଟୋ ସେୟାର୍‌ କରିଥିଲେ। ଶିଶୁଟି ଜନ୍ମ ନେବାର ୧୦ ଦିନ ପରେ ତା’ର ନାମକରଣ କରି ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି ପିତା ଅର୍ଜୁନ ରାମପାଲ। ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର୍‌ କରି ଶିଶୁଟିର ନାମ ଆରିକ୍‌ ରାମପାଲ ବୋଲି ଲେଖିଛନ୍ତି।

 

ଅର୍ଜୁନଙ୍କ ସହ ଦୀର୍ଘ ଦିନ ଧରି ଲିଭ୍‌-ଇନ୍‌-ରିଲେସନ୍‌ସିପରେ ରହୁଥିବା ତାଙ୍କ ପ୍ରେମିକା ଗାବ୍ରିଲା ଏହି ଶିଶୁଟିକୁ ଜନ୍ମ ଦେଇଛନ୍ତି। ଶିଶୁଟିର ଜନ୍ମ ପରେ ଅର୍ଜୁନ ଇନ୍‌ଷ୍ଟାରେ ଏକ ଭାବପ୍ରବଣ ପୋଷ୍ଟ୍‍ ଲେଖିଛନ୍ତି। ଏହି ପୋଷ୍ଟ୍‍ ଦେଖିବା ପରେ ତାଙ୍କୁ ତାଙ୍କର ବହୁ ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର