ଏହି କ୍ରିକେଟରଙ୍କ ପରଲୋକ ହୋଇ ଯାଇଥିବା ନେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ଅଭିନେତା ଅର୍ଶଦ ଓ୍ଵାରସୀ, କିନ୍ତୁ ପରେ…

ମୁମ୍ବାଇ : ସୋସିଆଲ ମିଡିଆରେ ଶ୍ରୀଲଙ୍କାର ପୂର୍ବ କ୍ୟାପ୍‌ଟେନ ଏବଂ ଓ୍ଵାନ୍‌ଡେ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସନତ୍ ଜୟସୂର୍ଯ୍ୟାଙ୍କ ମୃତ୍ୟୁର ନକଲି ଖବର ଭାଇରାଲ ହେଉଛି । ତେବେ ଖବରଟି ନକଲି ବୋଲି ଜାଣି ନ ପାରି ବଡ଼ ଭୁଲ କରି ଦେଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଶଦ ଓ୍ଵାରସୀ । ସେ ନିଉଜ୍‌ର ଲିଙ୍କ୍‌କୁ ନିଜ ପେଜ୍‌ରେ ସେୟାର କରି ସନଥ ଜୟସୂର୍ଯ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଇଥିଲେ ।

ଟୁଇଟ୍‌ କରି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦ ଖବର ବୋଲି ଲେଖିଥିଲେ ଅର୍ଶଦ । ଯାହା ପରେ ଅର୍ଶଦଙ୍କ ପ୍ରଶଂସକ ସନତ୍ ଜୟସୂର୍ଯ୍ୟାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରି ଦେଇଥିଲେ । ତେବେ କିଛି ଲୋକ ଏହି ଟୁଇଟ୍‌ ଦେଖି ହସିବା ସହ ସନତ୍ ଜୟସୂର୍ଯ୍ୟା ଏବେ ଜୀବିତ ବୋଲି ସ୍ପଷ୍ଟ କରିଥିଲେ । ଯାହା ପରେ ଅର୍ଶଦଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କିଛି ଦିନ ହେଲାଣି ପରଦାଠାରୁ ଦୂରରେ ରହିଥିବା ଅର୍ଶଦ ଏବେ ନିଜ ଟୁଇଟ୍‌ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ସମ୍ବନ୍ଧିତ ଖବର