ଜ୍ୟାକେଟ୍ ୨ଲକ୍ଷ, ସ୍ବେଟସାର୍ଟ ୩୩ହଜାର; ପୋଷାକର ଦାମ୍ ଅଧିକ ରଖି ‌ଟ୍ରୋଲ ହେଲେ ଆରୟନ

ମୁମ୍ବାଇ: ଡ୍ରଗ୍ସ ସେବନକୁ ନେଇ ବିବାଦରେ ରହିସାରିଥିବା ଆରୟନ ଖାନ୍ ଏବେ ନିଜର ପୋଷାକ ବ୍ୟବସାୟ ଆରମ୍ଭ କରିଛନ୍ତି। ବାଦଶାହ ଶାହରୁଖଙ୍କ ପୁଅ ଆରୟନ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ନିଜର ପୋଷାକ ବ୍ରାଣ୍ଡ ଡି’ଆଭୋଲ.ଏକ୍ସ ଲଞ୍ଚ କରିଛନ୍ତି। କିଛି ଦିନ ତଳେ ନିଜ ବ୍ରାଣ୍ଡର ବିଜ୍ଞାପନ ଭିଡିଓକୁ ନେଇ ସେ ଚର୍ଚ୍ଚାରେ ଥିଲେ। ଶାହରୁଖଙ୍କ ପ୍ରଶଂସକ ଆରୟନଙ୍କ ବ୍ରାଣ୍ଡର ପୋଷାକ ପିନ୍ଧିବାକୁ ଅନାଇ ବସିଥିବା ବେଳେ ପୋଷାକର ଦାମ୍ ସେମାନଙ୍କୁ ନିରାଶ କରିଛି।

ଗତ କିଛି ସପ୍ତାହ ହେଲାଣି ଆରୟନ ଏବଂ ତାଙ୍କ ପିତା ଶାହରୁଖ ଖାନ ବ୍ରାଣ୍ଡର ପ୍ରଚାର କରୁଥିବା ଦେଖାଯାଇଥିଲା। ହେଲେ ଏବେ ‌ପୋଷାକର ଦାମ୍ ଜାଣି ଏହା ମଧ୍ୟବିତ୍ତଙ୍କ ପାଇଁ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଆରୟନଙ୍କ ବ୍ରାଣ୍ଡର ଜ୍ୟାକେଟର ମୂଲ୍ୟ ୨ଲକ୍ଷ ରହିଥିବା ବେଳେ ସ୍ବେଟସାର୍ଟର ମୂଲ୍ୟ ୩୩ହଜାର ରହିଛି। ଅଧିକ ଟଙ୍କା ଆୟ କରିବା ପାଇଁ ପୋଷାକର ଦାମ୍ ଏଭଳି ରଖଯାଇଥିବା ଲୋକେ କହିବା ଆରମ୍ଭ କରିଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

କିଛି ଦିନ ତ‌ଳେ ଶାହରୁଖଙ୍କ ଏକ ଫଟୋ ଭାଇରାଲ ହୋଇଥି‌ଲା, ଯେଉଁଥିରେ ଡି’ଆଭୋଲ.ଏକ୍ସର ଏକ କଳା ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ। ଏହି ଜ୍ୟାକେଟ କିଣିବାକୁ କିଛି ଲୋକ ଚିନ୍ତା କରୁଥିବା ବେଳେ ଏବେ ସେମାନେ ନିଜର ଇଚ୍ଛାକୁ ମାରିଦେଇଛନ୍ତି। କାରଣ ଜ୍ୟାକେଟର ମୂଲ୍ୟ ରହିଛି ୨ଲକ୍ଷ ଟଙ୍କା। ସେଭଳି ଡି’ଆଭୋଲ.ଏକ୍ସର ଟି-ସାର୍ଟ କିଣିବାକୁ ହେଲେ ଆପଣଙ୍କୁ ୨୨ହଜାର ଖର୍ଚ୍ଚ କରିବାକୁ ହେବ। ଏଭଳି ଅଧିକ ଦାମ୍ ରଖି ପୋଷାକ ବ୍ୟବସାୟ ଆରମ୍ଭ କରିଥିବାରୁ ଆରୟନଙ୍କୁ ଟ୍ରୋଲ କରାଯାଉଛି।

ସମ୍ବନ୍ଧିତ ଖବର