ବଲିଉଡ୍‌ ମୁଭି ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ରେକର୍ଡ ଭାଙ୍ଗିଲା ହଲିଉଡ ସିନେମା ‘ଏଭେଂଜର୍‌ସ ଏଣ୍ଡଗେମ୍‌’

ମୁମ୍ବାଇ: ‘ଏଭେଂଜର୍‌ସ ଏଣ୍ଡଗେମ୍‌’ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିବା ଜଣାଯାଇଛି। ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ସର୍ବାଧିକ କଲେକସନ୍‌ କରିଥିବା ଜଣାଯାଇଛି।ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ସର୍ବାଧିକ କଲେକସନ୍‌ କରିଥିବା ହିନ୍ଦୀ ସିନେମା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ବକ୍ସ ଅଫିସର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି।

ଏହି ଫିଲ୍ମର ପ୍ରଥମ ଦିନ ଭାରତରେ ନିଟ୍‌ କଲେକସନ୍‌ର ପରିଣାମ ରହିଛି ୫୩ କୋଟି ୧୦ ଲକ୍ଷ ଟଙ୍କା। ଠିକ୍‌ ସେହିପରି ଏହାର ଗ୍ରସ୍‌ କଲେକସନ୍‌ର ପରିଣାମ ରହିଛି ୬୩ କୋଟି ୨୧ ଲକ୍ଷ ଟଙ୍କା। ଫିଲ୍ମର ଦ୍ୱିତୀୟ ଦିନ ନିଟ୍ ଆୟର ପରିମାଣ ହେଲା ୪୫ କୋଟି ଓ ଗ୍ରସ୍‌ କଲେକସନ୍‌ ହେଲା ୫୨ କୋଟି ଟଙ୍କା।

ଏ ଦୃଷ୍ଟିରୁ ପ୍ରଥମ ଦୁଇ ଦିନରେ ‘ଏଭେଂଜର୍‌ସ ଏଣ୍ଡ ଗେମ୍‌’ ଭାରତୀୟ ବକ୍ସ ଅଫିସରେ ୯୮ କୋଟି ଟଙ୍କାର ନିଟ୍ କଲେକ୍‌ସନ ଓ ୧୧୨କୋଟି ଟଙ୍କାର ଗ୍ରସ୍‌ କଲେକସନ୍‌ କରିଛି। ଏଠାରେ ସୂଚନାଯୋଗ୍ୟ ଯେ ଅମିତାଭ ବଚ୍ଚନ ଓ ଅମୀର ଖାନ୍‌ ଷ୍ଟାରର୍‌ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ପ୍ରଥମ ଦିନରେ ୫୨ କୋଟି ୨୫ ଲକ୍ଷ ଟଙ୍କାର କଲେକ୍‌ସନ୍‌ କରିଥିଲା।

ସମ୍ବନ୍ଧିତ ଖବର