ସୁସ୍ଥ ହୋଇ ଘରକୁ ଫେରିଲେ ବାବୁସାନ୍‌

ଭୁବନେଶ୍ବର : ଗତ କିଛି ଦିନ ହେଲା ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓଲିଉଡ୍‌ ସୁପରଷ୍ଟାର୍‌ ବାବୁସାନ ମହାନ୍ତି ଶନିବାର ଦିନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବା ପରେ ପତ୍ନୀ ତୃପ୍ତି ଶତପଥୀ ତାଙ୍କୁ ନେଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ ପାଇଁ ବାବୁସାନ୍‌ ଓ ତାଙ୍କ ସାଥୀ କଳାକାରମାନେ ଲଦାଖ ଯାଇଥିଲେ। ସେଠାରୁ ସେମାନେ ବାଇକ୍‌ରେ ପେଙ୍ଗନ୍‌ ଯାଉଥିବା ବେଳେ ବାବୁସାନ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମି ଯାଇଥିଲା। ସେଠାରେ ତାଙ୍କୁ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଏହା ପରେ ତାଙ୍କୁ ଅକ୍ସିଜେନ୍‌ ସର୍ପୋଟ୍‌ରେ ଭୁବନେଶ୍ୱରର ସମ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ୮ ଦିନ ଧରି ଚିକିତ୍ସା ଚାଲିଥିଲା। ଏହି ସମୟରେ ପତ୍ନୀ ତୃପ୍ତି ହସ୍ପିଟାଲରେ ବାବୁସାନ୍‌ଙ୍କ ଦେଖାଶୁଣା କରିଥିଲେ। ଆଜି ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ବାବୁସାନ୍‌ ଓ ତୃପ୍ତି ଉତ୍ତମ ମହାନ୍ତିଙ୍କୁ ଦେଖା କରିବା ପାଇଁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର