ଗୋଟିଏ ସିନେମାରେ ଏକାଠି କାମ କରିଥିଲେ ବର୍ଷା ଓ ଅର୍ପିତା ମୁଖାର୍ଜୀ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ୨୦୦୩ରେ ରିଲିଜ୍ ହୋଇଥିବା ‘ଏଯୁଗର କୃଷ୍ଣ ସୁଦାମା’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ବର୍ଷାଙ୍କ ବିପକ୍ଷରେ ଅଭିନୟ କରିଥିଲେ ସୂରଜ କୁମାର। ଏହାପରେ ଓଲିଉଡ଼ର ଚୁଲବୁଲି ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କୁ ଦର୍ଶକ କେତେବେଳ ରୋମାଣ୍ଟିକ୍ ତ ପୁଣି କେବେ କମିକ୍ ରୋଲରେ ଦେଖିବାକୁ ପାଇଛନ୍ତି। ବର୍ଷା ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଓ ଅର୍ଚ୍ଚିତା ପ୍ରମୁଖଙ୍କ ସହ ପରଦାରେ ନଜର ଆସିଛନ୍ତି।


ଏଣେ ବଙ୍ଗୀୟ ସୁନ୍ଦରୀ ଅର୍ପିତା ମୁଖାର୍ଜୀ ଓଲିଉଡରେ ବି ଜଣେ ପରିଚିତା ନାୟିକା। ସେ ବଙ୍ଗୀୟ ନାୟିକା ଅର୍ପିତାଙ୍କୁ ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦେଶିତ ଶେଷ ଓଡ଼ିଆ ଛବି ‘ବନ୍ଦେ ଉତ୍କଳ ଜନନୀ ’ରେ ଜଣେ ସବ୍ୟସାଚୀଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ସିନେମାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ କରି ଚର୍ଚାକୁ ଆସିଥିଲେ ଅର୍ପିତା ମୁଖାର୍ଜୀ। ଏହାପରେ ସେ ଅନୁଭବଙ୍କ ବିପକ୍ଷରେ ‘ମୁଁ କଣ ଏତେ ଖରାପ ’ରେ ସେ ନାୟିକା ବନିଥିଲେ।
ତାପରେ ସେ ବୁଦ୍ଧାଦିତ୍ୟଙ୍କ ସହ ‘ପ୍ରେମରୋଗୀ ’, ସବ୍ୟସାଚୀଙ୍କ ସହ ‘ ତୋର ମୋର ଯୋଡ଼ି ସୁନ୍ଦର ’ ଏବଂ ଆକାଶଙ୍କ ବିପକ୍ଷରେ ‘ ରାଜୁ ଆଓ୍ଵାରା ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରି ଓଲିଉଡରେ ବେଶ୍ ଲୋକପ୍ରିୟ ହୋଇଥିଲେ। ଏହି ନାୟିକା କେବଳ ସବ୍ୟସାଚୀଙ୍କ ସହ ଦୁଇଟି ସିନେମାରେ କାମ କରିଛନ୍ତି। କିନ୍ତୁ ତାଙ୍କୁ କିଛି ବର୍ଷ ହେଲା କୌଣସି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ। ଅର୍ପିତା ଯେ କେବଳ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି ତା’ ନୁହେଁ ,ବରଂ ‘ ଜୋର ଯାର୍ ମୁଲକ୍ ତାର୍ ’, ‘ ପାର୍ଟନର୍ ’ ଏବଂ ‘ ମାମା ଭାଗନେ ’ ଆଦି ବଙ୍ଗଳା ଫିଲ୍ମରେ ବି କାମ କରିଛନ୍ତି।
ହେଲେ ଆପଣ କଣ ଜାଣନ୍ତି ଯେ କେବଳ ଗୋଟିଏ ଛବିରେ ବର୍ଷା ଓ ଅର୍ପିତା ଏକାଠି ଆସିଛନ୍ତି। ହଁ, ଏଦୁହେଁ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପ୍ରେମରୋଗୀ’ରେ ଏକାଠି ନଜର ଆସିଥିଲେ। ଏହି ଓଡ଼ିଆ ଛବିରେ ଦୁହେଁ ବୁଦ୍ଧାଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର