ଲାଲୁ ପ୍ରସାଦ ଯାଦବଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ, ତାଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବେ ଜେଲ୍‌ରେ ଥିଲେ ମଧ୍ୟ ନିଜ ରାଜନୈତିକ କ୍ୟାରିୟରରେ ସେ ଅନେକ ନେତାକୁ ପଛରେ ପକାଇଛନ୍ତି । ତାଙ୍କ କଥା କହିବାର ଅନ୍ଦାଜ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ନିଜ କଥାରେ ଲୋକଙ୍କୁ ହସାଇବାର କଳା ତାଙ୍କ ପାଖରେ ରହିଛି । କିନ୍ତୁ ଏବେ ଗୋଖାଦ୍ୟ ଦୁର୍ନୀତିକୁ ନେଇ ତାଙ୍କୁ ଜେଲରେ ରହିବାକୁ ପଡ଼ୁଥିବା ବେଳେ ତାଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବ ବୋଲି ଜଣାପଡ଼ିଛି ।

Image result for biopic-on-indian-politician-lalu-prasad-yadav-titled-as-lalten
NDTV.com

ଫିଲ୍ମରେ ଭୋଜପୁରୀ ଅଭିନେତା ୟଶ କୁମାର ଲାଲୁଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମରେ ସେ ଫସିଥିବା ଅନେକ ବିବାଦ ଓ ତାଙ୍କୁ ନେଇ ହୋଇଥିବା ଚର୍ଚ୍ଚାର ଅନେକ ଦୃଶ୍ୟ ରହିବ । ଆସନ୍ତା ବର୍ଷ ଫେବ୍ରୁଆରିରେ ଏହି ଫିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ଫିଲ୍ମର ନାଁକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳି ନ ଥିଲେ ମଧ୍ୟ ଫିଲ୍ମର ଟାଇଟଲ ଦଳର ଚିହ୍ନ ଅନୁସାରେ ଲଣ୍ଠନ ରଖାଯାଇଥିବା ନେଇ ଚର୍ଚ୍ଚା ହେଉଛି । ଫିଲ୍ମ ଜରିଆରେ ଦର୍ଶକ ଲାଲୁଙ୍କ ଜୀବନ ବିଷୟରେ ଆହୁରି ଭଲ ଭାବରେ ଜାଣି ପାରିବେ ବୋଲି ଜଣାପଡ଼ିଛିି ।

ସମ୍ବନ୍ଧିତ ଖବର