ଫେସ୍‌ବୁକ୍‌ ଲାଇଭ୍‌ କରି ବିଶ୍ୱର ପ୍ରଥମ ମସ୍ତିଷ୍କ ସର୍ଜରୀ କଲେ ଭାରତୀୟ ବଂଶୋଦ୍ଭବ ଡାକ୍ତର

ନୂଆଦିଲ୍ଲୀ : ଏବେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ପାଲଟିଛି । ଖାସ୍‌ କରି ଫେସ୍‌ବୁକ୍‌ ଜରିଆରେ ଲୋକେ ଦେଶର କୋଟି କୋଟି ଲୋକଙ୍କ ପାଖରେ ନିଜର କଥା ପହଞ୍ଚାଇ ପାରୁଛନ୍ତି । କିନ୍ତୁ ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଫେସ୍‌ବୁକ୍‌ ଜରିଆରେ ଲାଇଭ୍‌ କରି ଜଣେ ରୋଗୀଙ୍କ ମସ୍ତିଷ୍କ ସର୍ଜରୀ କରିବା ଖବର ଏବେ ଡାକ୍ତରଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ଏଭଳି କରି ସେ ବିଶ୍ୱର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ।

ସୂଚନା ମୁତାବକ, ଟେକ୍ସାସ ସହରରେ ଥିବା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି । ୨୫ବର୍ଷୀୟ ଜେନା ସ୍କ୍ରେଡ୍‌ଙ୍କର ମସ୍ତିଷ୍କ ସମ୍ବନ୍ଧିତ ଏକ ସମସ୍ୟା ହୋଇଥିଲା । ଯାହାଦ୍ୱାରା ସେ କଥା କହି ପାରୁ ନ ଥିଲେ । ଡାକ୍ତର ତାଙ୍କର ମସ୍ତିଷ୍କ ସ୍କାନ କରିବା ପରେ ଭିତରେ ଥିବା ଏକ ବୃହତ ରକ୍ତ ବାହିକା ପାଇଁ ଏଭଳି ସମସ୍ୟା ହେଉଥିବା ଜଣି ପାରିଥିଲେ । ଯାହା ପରେ ଡାକ୍ତର ତାଙ୍କୁ ସର୍ଜରୀ ପାଇଁ କହିଥିଲେ । ପ୍ରାୟ ୪୫ମିନିଟ୍‌ ପର୍ଯ୍ୟନ୍ତ ମେଥୋଡିଷ୍ଟ ଡଲ୍ଲାସ ମେଡିକାଲ ସେଣ୍ଟରରେ ଏହି ସର୍ଜରୀ କରାଯାଇଥିଲା । ସର୍ଜରୀ ସମୟରେ ଜେନାଙ୍କୁ ଅଚେତ କରାଯାଇନଥିଲା ବୋଲି ଜଣା ପଡ଼ିଛି । ସର୍ଜରୀ ସମୟରେ ଜେନା ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଥିଲେ, ଯାହା ଅତ୍ୟନ୍ତ ଜରୁରୀ ଥିଲା ।

Methodist Dallas Medical Centre
indiatimes.com

ତେବେ ସର୍ଜରୀ ସମୟରେ ଲାଇଭ୍‌ ଭିଡିଓ କରିବା ପାଇଁ ଜେନା ଡାକ୍ତରଙ୍କୁ କହିଥିଲେ । ତାଙ୍କ ଭଳି ସମସ୍ୟା ଦେଇ ଗତି କରୁଥିବା ଲୋକେ ଏହାର ଚିକିତ୍ସା ବିଷୟରେ ଜାଣି ପାରନ୍ତୁ ଏବଂ ଏହାର ଚିକିତ୍ସା ଯେମିତି କରାଇପାରନ୍ତୁ, ସେ ନେଇ ଜେନା ଏଭଳି କରିବା ପାଇଁ କହିଥିଲେ । ଜେନାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ବଂଶୋଦ୍ଭବ ଡାକ୍ତର ଲାଇଭ୍‌ କରି ସର୍ଜରୀ କରିଥିଲେ । ଏ ପର୍ଯ୍ୟନ୍ତ ଭିଡିଓକୁ ୪୫,୦୦୦ରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ସେୟାର କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର