କେବଳ ରୋମାଣ୍ଟିକ୍‌ ନୁହେଁ କମେଡି ଫିଲ୍ମରେ ବି ଅଭିନୟର ଜଲଓ୍ଵା ଦେଖାଇବାରେ ସଫଳ ହୋଇଛନ୍ତି ଏହି ଓଲିଉଡ୍‌ ଷ୍ଟାର୍‌

ଭୁବନେଶ୍ୱର: ଆଜି (ଜୁଲାଇ ୩୦) ଓଲିଉଡ୍‌ ସୁପର୍‌ଷ୍ଟାର୍‌ ବାବୁସାନ୍‌ଙ୍କର ଜନ୍ମଦିନ। ପ୍ରଖ୍ୟାତ ସିନେ କଳାକାର ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କର ସୁପୁତ୍ର ବାବୁସାନ୍‌ ୨୦୦୯ରେ ରିଲିଜ୍‌ ହୋଇଥିବା ‘ରୋମିଓ ଦ ଲଭର୍‌ ବୟ’ ସିନେମା ଜରିଆରେ ନାୟକ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏଥିରେ ତାଙ୍କୁ ସଂପୂର୍ଣ୍ଣ ରୋମାଣ୍ଟିକ୍‌ ରୋଲ୍‌ରେ ଦେଖିବାକୁ ମିଳିଥିଲା। ଏହାପରେ ସେ କ୍ରମାଗତ ଭାବେ ‘ତୋ ଆଖିରେ ମୁଁ’, ‘ଲଭ୍‌ ମାଷ୍ଟର୍‌’, ‘ପ୍ରେମ ଅଢ଼େଇ ଅକ୍ଷର’ ଏବଂ ‘ଲେଖୁ ଲେଖୁ ଲେଖିଦେଲି’ ଭଳି ରୋମାଣ୍ଟିକ୍‌ ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତ ହେଲେ।

କିନ୍ତୁ ୨୦୧୪ରେ ରିଲିଜ୍‌ ହୋଇଥିବା ‘ଆଖିରେ ଆଖିରେ’ ସିନେମା ବାବୁସାନ୍‌ଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିଲ। ଏହା ବ୍ଲକ୍‌ବଷ୍ଟର ସିନେମା ହେବା ସହିତ ବାବୁସାନଙ୍କୁ ଜଣେ ଭଲ କମେଡି ଆକ୍ଟର ଭାବେ ଚର୍ଚ୍ଚାକୁ ଆଣିଥିଲା। ‘ଆଖିରେ ଆଖିରେ’ ସିନେମା ପରେ ସେ ଯେତେ ସବୁ ଓଡ଼ିଆ ସିନେମାରେ ନାୟକ ହୋଇଛନ୍ତି ସେଥି ମଧ୍ୟରୁ ଅଧିକାଂଶ ହେଉଛି କମେଡି ଫିଲ୍ମ। ଦର୍ଶକ ବି ତାଙ୍କର କମେଡି ଅଭିନୟକୁ ପସନ୍ଦ କରି ଚାଲିଛନ୍ତି ଆଉ ତାଙ୍କ ଅଭିନୀତ ସେହି ଧରଣର ସିନେମା ବି ଲଗାତର ସଫଳତା ପାଇଆସୁଛି।

twitter.com

ସେ ହେଉଛନ୍ତି ବର୍ତ୍ତମାନ ସମୟର ସବୁଠାରୁ ସଫଳ ନାୟକ ଯିଏକି ସବୁଠୁ ବେଶି କମେଡି ଫିଲ୍ମରେ ନାୟକ ହୋଇଛନ୍ତି। ବାବୁସାନଙ୍କ ଅଭିନୀତ ଅନ୍ୟ ଯେଉଁ କମେଡି ଫିଲ୍ମଗୁଡ଼ିକ ସୁପର୍‌ହିଟ୍‌ ହୋଇଛି ସେଗୁଡ଼ିକ ହେଲା ‘ସୁପର୍‌ ମିଛୁଆ’, ‘ଲଭ୍‌ ଷ୍ଟେସନ୍‌’, ‘ସୁନ୍ଦରଗଡ଼ର ସଲମାନ ଖାନ’ ‘ଲଭ୍‌ ପାଇଁ କୁଛ୍‌ ବି କରେଗା’, ‘ଶ୍ରୀମାନ ସୁର ଦାସ୍‌’, ‘ହିରୋ ନମ୍ବର ଓ୍ଵାନ୍‌’, ‘ଯିଏ ଯାହା କହୁ ମୋର ଢ଼ୋ’ , ‘ଭଲପାଏ ତୋତେ ୧୦୦ରୁ ୧୦୦’, ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’ ଏବଂ ‘ଗୋଲମାଲ ଲଭ୍‌’ ଇତ୍ୟାଦି।

ସମ୍ବନ୍ଧିତ ଖବର