ଗୁଗୁଲ ସିଇଓ ସୁନ୍ଦର ପିଚାଇ କ’ଣ ଇସ୍ତଫା ଦେଲେ? ଏହି ପଦବୀରେ କ’ଣ ମିଳିବ ନିଯୁକ୍ତି?…

ସାନ୍‌ଫ୍ରନସିସ୍‌କୋ: ବିଶ୍ୱର ସର୍ବବୃହତ୍‌ ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇ କ’ଣ ଚାକିରି ଛାଡ଼ିଦେଲେ? ବିଶ୍ୱର ସବୁଠାରୁ ଇପ୍‌ସିତ ଓ ଦାମୀ ପଦବୀ ରୂପେ ପରିଗଣିତ ହେଉଥିବା ଗୁଗୁଲର ସିଇଓ ପଦବୀରେ ନିଯୁକ୍ତ ପାଇଁ କ’ଣ ସତରେ ବିଜ୍ଞାପନ ପ୍ରକାଶ ପାଇଛି? ଏଇ ଦୁଇ ପ୍ରଶ୍ନକୁ ନେଇ ଗତ ଶନିବାର ସମଗ୍ର ବିଶ୍ୱରେ ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ ଓ ଦ୍ୱିଧା! ଆଉ ଦ୍ୱନ୍ଦ୍ୱ ଓ ଦ୍ୱିଧାର ଏହି ଦୋଛକିରେ ଛନ୍ଦି ହୋଇ ପଡ଼ିଥିଲେ ବିଶ୍ୱର କୋଟି କୋଟି ନିଯୁକ୍ତି ଆଶାୟୀ।

ଏଇ ଦ୍ୱନ୍ଦ୍ୱ ଆଉ ଦ୍ୱିଧାର ସୂତ୍ରପାତ ହୋଇଥିଲା ସେତିକି ବେଳେ, ଯେତେବେଳେ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ନିଯୁକ୍ତି ସୂଚନା ପ୍ରଦାନ କରୁଥିବା ଇଣ୍ଟରନେଟ୍‌ ସାଇଟ୍‌ ‘ଲିଙ୍କ୍‌ଡ୍‌ଇନ୍‌’ରେ ଗୁଗୁଲର ସିଇଓ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞାପନ ଦେଖିବାକୁ ମିଳିଲା। ‘ଲିଙ୍କ୍‌ଡ୍‌ଇନ୍‌’ର ବ୍ୟବହାରକାରୀମାନେ ଏହି ବିଜ୍ଞାପନକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହେବା ସହ ଲକ୍ଷ ଲକ୍ଷ ସଂଖ୍ୟାରେ ଆବେଦନ ମଧ୍ୟ କରି ପକାଇଥିଲେ।

ତେବେ, ବୁଝୁବୁଝୁ ଜଣା ପଡ଼ିଥିଲା ଯେ ଏହି ବିଜ୍ଞାପନର କୌଣସି ପ୍ରକାରର ସତ୍ୟତା ନାହିଁ। ‘ଲିଙ୍କ୍‌ଡ୍‌ଇନ୍‌’ର ସୁରକ୍ଷା ବ୍ୟବସ୍ଥାକୁ ଆହ୍ଵାନ ଜଣାଇ ‘ଲିଙ୍କ୍‌ଡ୍‌ଇନ୍‌’ର ସାଇଟ୍‌ରେ ଏପ୍ରକାରର ବିଜ୍ଞାପନ ଆସି ଯାଇଥିବା ଜାଣିବା ପରେ କମ୍ପାନି ତୁରନ୍ତ ଏହାକୁ ହଟାଇ ନେଇଥିଲା। ଏଥିସହ ଏହି ଘଟଣା କମ୍ପାନିର ଦୃଷ୍ଟିକୁ ଆଣିଥିବା ମାଇକେଲ୍‌ ରିଜେଣ୍ଡର୍ସଙ୍କୁ ଧନ୍ୟବାଦ ଜଣାଇଥିଲା ‘ଲିଙ୍କ୍‌ଡ୍‌ଇନ୍‌’।

ସମ୍ବନ୍ଧିତ ଖବର