ପ୍ରେମିକଙ୍କ ପାଇଁ କରୀନା କରିଥିଲେ ବବି ଦେଓଲ୍‌ଙ୍କ କ୍ୟାରିୟର ବର୍‌ବାଦ୍‌!

ମୁମ୍ବାଇ : ବଲିଉଡ୍‌ର ଅଭିନେତା ବବି ଦେଓଲ୍‌ ତାଙ୍କ ଅଭିନୟ ଦ୍ୱାରା ୯୦ ଦଶକରେ ଦର୍ଶକଙ୍କ ମନରେ ରାଜ୍‌ କରିଥିବା ବେଳେ ମଝିରେ ତାଙ୍କ କ୍ୟାରିୟର ଅଟକି ଯାଇଥିଲା । ବେଶ୍‌ କିଛି ବର୍ଷ ଧରି ବବିଙ୍କୁ କୌଣସି ଛବିରେ ଦେଖିବାକୁ ମିଳି ନ ଥିଲା। ତେବେ ଏହା ପଛରେ କରୀନା କପୁର ଓରଫ୍‌ ବେବୋଙ୍କ ହାତ ରହିଥିଲା ବୋଲି ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ବବି। ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କ ‘ଜବ ଓ୍ଵି ମେଟ୍‌’ ଚଳଚ୍ଚିତ୍ର ପାଇଁ ପ୍ରଥମେ ବବି ଦେଓଲ୍‌ଙ୍କୁ ଚୟନ କରାଯାଇଥିବା ବେଳେ ପରେ କରୀନାଙ୍କ ପରାମର୍ଶ କ୍ରମେ ତାହା ସାହିଦ୍‌ କପୁରଙ୍କୁ ମିିଳିଯାଇଥିଲା । ଏହି ଚଳଚ୍ଚିତ୍ରରେ ସାହିଦ୍‌-କରୀନାଙ୍କ ଯୋଡ଼ି ସୁପରହିଟ୍‌ ରହିଥିବା ବେଳେ ସାହିଦ୍‌ଙ୍କ କ୍ୟାରିୟର ଆଗକୁ ବଢ଼ିଥିଲା।

Bollywoodlife.com

ଅଭିନେତା ବବିଙ୍କ କହିବା ଅନୁଯାୟୀ , ସେ ଇମତିଆଜ୍‌ଙ୍କ ଚଳଚ୍ଚିତ୍ର ‘ସୋଚା ନା ଥା’ ଦେଖିବା ପରେ ତାଙ୍କର ଫ୍ୟାନ୍‌ ହୋଇ ଯାଇଥିଲେ । ସେ ତାଙ୍କ ସହିତ କାମ କରିବା ପାଇଁ ଇଛା ପ୍ରକାଶ କରିଥିଲେ । ଯାହାପରେ ଇମତିଆଜ୍‌ ‘ଜବ୍‌ ଓ୍ଵି ମେଟ୍‌’ କରିବା କଥା ଚିନ୍ତା କରିଥିଲେ । ଏଥିପାଇଁ ବବିଙ୍କର ଅନେକ ପ୍ରଡ଼କସନ୍‌ ହାଉସ୍‌ ସହ ମଧ୍ୟ କଥାବର୍ତ୍ତା ହେଇଥିଲା । କିନ୍ତୁ ହଠାତ୍‌ ୬ ମାସ ପରେ ବବି ‘ଜବ୍‌ ଓ୍ଵି ମେଟ୍‌’ ଚଳଚ୍ଚିତ୍ରରେ ସାହିଦ୍‌ କପୁର ଅଭିନେତା ହେଉଥିବା ଜାଣିବାକୁ ପାଇଲେ । ତାଙ୍କୁ ଏକଥା ଆଶ୍ଚର୍ଯ୍ୟ ଲାଗିଥିଲା ଏବଂ ସେ ଅନୁସନ୍ଧାନ କରିବାରୁ କରୀନାଙ୍କ ପାଇଁ ସାହିଦ୍‌ଙ୍କୁ ଚଳଚ୍ଚିତ୍ର ମିଳିଥିବା ଘଟଣା ଜଣାପଡ଼ିଥିଲା ।

bhaskar.com

ଏବେ ମଧ୍ୟ ଏହି ଘଟଣା ବବି ଦେଓଲ୍‌ଙ୍କ ମନରେ ବସା ବନ୍ଧି ରହିଛି । ତାଙ୍କ ମତ ଅନୁଯାୟୀ ଜବ୍‌ ଓ୍ଵି ମେଟ୍‌ ଚଳଚ୍ଚିତ୍ର କରିଥିଲେ ତାଙ୍କ କ୍ୟାରିୟର ବର୍ତ୍ତମାନ ଆଉ କେଉଁ ସ୍ତରରେ ରହିଥାନ୍ତି । ତେବେ ବର୍ତ୍ତମାନ ବବି ତାଙ୍କ ଆଗାମୀ ଚଳଚ୍ଚିତ୍ର ରେସ୍‌-୩ର ପ୍ରମୋସନ୍‌ରେ ବ୍ୟସ୍ତ ରହିଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ବବି ସଲ୍‌ମାନ୍‌ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସଦୃଶ ବଡ଼ି ପ୍ରସ୍ତୁତ କରି ଦର୍ଶକଙ୍କୁ ଆର୍କଷିତ କରିଛନ୍ତି ।

ସମ୍ବନ୍ଧିତ ଖବର