ପୁଲଓ୍ଵାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ବିଗ୍‌ ବି, ଶାହାରୁଖ୍‌ ଓ ଅମୀରଙ୍କୁ ନେଇ ପ୍ରସ୍ତୁତ ହେଲା ‘ତୁ ଦେଶ ମେରା’ ଗୀତ

ନୂଆଦିଲ୍ଲୀ: ବଲିଉଡ ଷ୍ଟାରମାନେ ବିପଦ ସମୟରେ ସବୁବେଳେ ଦେଶ ସହିତ ଏକାଠି ଛିଡା ହୋଇଥାଆନ୍ତି। ସେ ବନ୍ୟା ପ୍ରଭାବିତ ଅଞ୍ଚଳ ହେଉ ଅବା ଦେଶର ରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଯବାନ ପରିବାରଙ୍କ ପାଇଁ ହେଉ। ଚଳିତ ବର୍ଷ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶ ୪୦ଜଣ ଯବାନଙ୍କୁ ହରାଇଥିଲା।

ଏବେ ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ଅମୀର ଖାନ୍‌, ଟାଇଗର ଶ୍ରଫ, କାର୍ତ୍ତିକ ଆର୍ଯନ ଓ ରଣବୀର କପୁରଙ୍କ ସମେତ ବଲିଉଡର ନାମୀ ଷ୍ଟାର ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି।


ଚଳିତ ବର୍ଷ ଫେବ୍ରୁଆରିରେ ଜମ୍ମୁ-କଶ୍ମୀର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲା। ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ଐଶ୍ୱର୍ଯ୍ୟା ରାଏ ବଚ୍ଚନ, ଅମୀର ଖାନ୍‌, ଟାଇଗର ଶ୍ରଫ, କାର୍ତ୍ତିକ ଆର୍ଯନ ଓ ରଣବୀର କପୁର ସମେତ ବଲିଉଡର ନାମୀ ଷ୍ଟାର ଏକ ଦେଶଭକ୍ତି ଗୀତ ପ୍ରସ୍ତୁତ  କରିଛନ୍ତି। ଗୀତର ଶୀର୍ଷକ ରହିଛି ‘ତୁ ଦେଶ ମେରା’। ଏହି ଗୀତକୁ ସେମାନେ ପୁଲଓ୍ଵାମା ସହିଦଙ୍କୁ ସମର୍ପତ କରିଛନ୍ତି।

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ସିଆରପିଏଫ୍‌ ଗୀତର ପୋଷ୍ଟରକୁ ଲୋକାର୍ପଣ କରି ଟୁଇଟ କରିଛି । ପୋଷ୍ଟରରେ ଅମିତାଭ ବଚ୍ଚନ, ଶାହାରୁଖ ଖାନ୍‌, ଐଶ୍ୱର୍ଯ୍ୟା ରାୟ, ଟାଇଗର ଶ୍ରଫ, ଅମୀର ଖାନ୍‌, କାର୍ତ୍ତିକ ଓ ରଣବୀର ଯବାନଙ୍କୁ ସଲାମ୍‌ କରୁଥିବା ଦେଖିବାକୁ ମିଳୁଛି। ଗୀତକୁ ଗାଇଛନ୍ତି ଜାେଓ୍ଵଦ ଅଲି, ଜୁବିନ ନୋଟିୟାଲ, ସବାବ ସବରି ଓ କବୀର ସିଂହ ନିଜର ସ୍ୱର ଦେଇଛନ୍ତି।

ସମ୍ବନ୍ଧିତ ଖବର