ଏହି କାରଣରୁ ଚର୍ଚ୍ଚାରେ ଥିଲେ ବଲିଉଡର ନୂଆ ସ୍ମିତା ପାଟିଲ

ମୁମ୍ବାଇ: ଆଜି ହେଉଛି ବଲିଉଡର ସ୍ମିତା ପାଟିଲ ବୋଲି କୁହାଯାଉଥିବା ଜଣେ ନାୟିକାଙ୍କର ଜନ୍ମ ଦିନ। ସେ ହେଲେ ଚିତ୍ରାଙ୍ଗଦା ସିଂହ । ସେ ୧୯୭୬ ମସିହା ମାର୍ଚ୍ଚ ୧୮ ତାରିଖରେ ଜନ୍ମ ହୋଇଥିଲେ। ସେ ସୁଧୀର ମିଶ୍ରାଙ୍କ ‘ହଜାରୋଁ ଖ୍ଵାହିସେ ଐସି’ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏବେ ଚିତ୍ରାଙ୍ଗଦା ସିଂହ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରୁଛନ୍ତି।

photo-starsuntold

ହଁ ସେ ଦୁହେଁ ଏବେ ନୂଆ ସିନେମା ‘ସାହେବ୍‌ ବିବି ଔର୍‌ ଗ୍ୟାଙ୍ଗଷ୍ଟର୍‌-୩’ ର ସୁଟିଂ ଶେଷ କରିଛନ୍ତି। ଏହାର ସୁଟିଂ ରାଜସ୍ଥାନର ବିକାନେରଠାରେ କରାଯାଇଛି। ଏଥିରେ ସଞ୍ଜୟ ଦତ୍ତ ଓ ଚିତ୍ରାଙ୍ଗଦା ସିଂହଙ୍କ ବ୍ୟତୀତ ମାହି ଗିଲ୍‌,କବୀର ବେଦୀ ,ନଫିସା ଅଲ୍ଲୀ ଏବଂ ଜିମ୍ମି ସେରଗିଲ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ତିଗମାଂଶୁ ଧୁଲିଆ। ଚିତ୍ରାଙ୍ଗଦା କିଛି ମାସ ତଳେ ଅଭିନେତା ନଓ୍ଵାଜିଦ୍ଦିନ ସିଦ୍ଦିକିଙ୍କ ସହ ଚୁମ୍ବନ ଦୃଶ୍ୟ କରି ପାରିବେ ନି ବୋଲି କହି ବେଶ୍‌ ଚର୍ଚ୍ଚିତା ହୋଇଥିଲେ।

ସମ୍ବନ୍ଧିତ ଖବର