ଖଳନାୟକ ଡାନିଙ୍କ ପୁଅ ବଲିଉଡ୍‌ରେ, ଜାଣନ୍ତୁ ତାଙ୍କର ନାୟିକା କିଏ?

ମୁମ୍ବାଇ: ଏ ବର୍ଷ ଆଉ ଜଣେ ଷ୍ଟାର୍‌ କିଡ୍‌ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଲେ ବଲିଉଡର ସୁପ୍ରସିଦ୍ଧ ଖଳ ଅଭିନେତା ଡାନି ଡେଁଜ୍‌ଗୋଁପାଙ୍କ ପୁଅ ରିଂଜିଙ୍ଗ୍‌। ସେ ହିନ୍ଦୀ ସିନେମା ‘ସ୍କ୍ଵାଡ୍‌’ ଜରିଆରେ ବଲିଉଡରେ ଏଣ୍ଟ୍ରି ନେଇଛନ୍ତି। ଏହି ସିନେମାରେ ରିଂଜିଙ୍ଗ୍‌ଙ୍କ ବିପକ୍ଷରେ ମାଳବିକା ରାଜ୍‌ ନାୟିକା ଭୂମିକା ନିଭାଇବେ। ମାଳବିକା ହେଉଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ ଅନୀତା ରାଜ୍‌ଙ୍କ ଝିଆରି। ମାଲବିକା  କରଣ ଜୋହରଙ୍କ ସୁପରହିଟ ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ କରୀନାଙ୍କ ପିଲାବେଳର ଭୂମିକା ନିଭାଇଥିଲେ।

 

‘ସ୍କ୍ଵାଡ୍‌’ଏକ ଆକ୍‌ସନ୍‌ ପ୍ୟାକ୍‌ଡ ଫିଲ୍ମ। ଏଥିରେ ଜବରଦସ୍ତ ଆକସନ୍‌ ଦେଖିବାକୁ ମିଳିବ। ରିଂଜିଙ୍ଗ୍‌ ହେଉଛନ୍ତି ବଲିଉଡର ଆକ୍‌ସନ୍‌ ହିରୋ ଟାଇଗର ଶ୍ରଫ୍‌ଙ୍କ ପିଲାଦିନର ସାଙ୍ଗ। ରିଂଜିଙ୍ଗଙ୍କୁ ଟାଇଗର୍‌ ଶ୍ରଫ୍‌ ପ୍ରଶିକ୍ଷଣ ଦେଉଛନ୍ତି। ‘ସ୍କ୍ଵାଡ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜ୍ୟୋତି କପୁର ଦାସ। ଏହା ତାଙ୍କର ପ୍ରଥମ ସିନେମା। ଜ୍ୟୋତି ଆଗରୁ ଦୁଇଟି ସର୍ଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଡାନି ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ରିଂଜିଙ୍ଗଙ୍କ ବଲିଉଡରେ ଡେବ୍ୟୁ କରୁଛନ୍ତି,ମାତ୍ର ତାଙ୍କର ସହାୟତା ନେଇ ନାହାନ୍ତି। ‘ସ୍କ୍ଵାଡ୍‌’ ଜରିଆରେ ରିଂଜିଙ୍ଗ୍‌ ବଲିଉଡ୍‌ରେ ଭଲ ଡେବ୍ୟୁ କରିବେ ବୋଲି ଆଶା ରଖିଛନ୍ତି ଡାନି।

 

ସମ୍ବନ୍ଧିତ ଖବର