ଦୀପ-ବୀରଙ୍କ ପ୍ରଥମ ରିସେପସନ ପାର୍ଟିରେ ନବଦମ୍ପତ୍ତି ନୁହନ୍ତି ଏହି ଯୁବତୀ ଥିଲେ ଚର୍ଚ୍ଚାରେ , ଜାଣନ୍ତୁ ସେ କିଏ ?

ବେଙ୍ଗଲୁରୁ: ଗତକାଲି (ନଭେମ୍ବର ୨୧) ଥିଲା ଦୀପ-ବୀରଙ୍କ ପ୍ରଥମ ରିସେପସନପାର୍ଟି। ଏହି ରିସେପସନ୍‌ ବେଙ୍ଗଲୁରୁର ସବୁଠାରୁ ବଡ଼ ହୋଟେଲ୍‌ ‘ଦ ଳୀଲା’ ରେ ଆୟୋଜିତ ହୋଇଥିଲା। ଏହି ପାର୍ଟି ଦୀପିକାଙ୍କ ବାପା ମାଆ ଦେଇଥିଲେ। ଏହାର ତଦାରଖ ଦାୟିତ୍ୱ ବି ନେଇଥିଲେ ଦୀପିକାଙ୍କ ମାଆ ଉଜ୍ଜ୍ୱଳା ପାଦୁକୋନ୍‌।

ରିସେପସନ୍‌ରେ ଦୀପିକା ଓ ରଣବୀର ପୁଣି ଥରେ ରୟାଲ ଲୁକ୍‌ରେ ନଜର ଆସିଥିଲେ। ଦୀପିକା ଗୋଲଡେନ କାଂଜିବରମ୍‌ ସିଲକ୍‌ ଶାଢୀ ପିନ୍ଧିଥିଲେ। ଏହି ଶାଢି ତାଙ୍କୁ ତାଙ୍କର ମାଆ ଉପହାର ଦେଇଥିଲେ।ଦୀପିକାଙ୍କ ମଥାରେ ସିନ୍ଦୂର ବି ଥିଲା। ସେଠାରେ ରଣବୀର ସିଂହ କଳା ରଙ୍ଗର ସେରବାନି ପିନ୍ଧିଥିଲେ। ସୋସିଆଲ ମିଡିଆରେ ଆସୁଥିବା ପ୍ରତିକ୍ରିୟାରୁ ଜଣାଯାଇଛି ଯେ ୟୁଜର୍ସ ଲାଗୁଥିଲା।

ଏହି ରିସେପସନ୍‌ ପାର୍ଟରେ ରଣବୀର ଓ ଦୀପିକ ଅନୁଷ୍କା-ବିରାଟଙ୍କ ନକଲ କରୁଛନ୍ତି। ଏହି ରିସେପସନ୍‌ ପାର୍ଟରେ ବନ୍ଧୁବାନ୍ଧବଙ୍କ ବ୍ୟତୀତ କ୍ରୀଡା ଜଗତର କେତେକ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଦୀପିକାଙ୍କ ଭଉଣୀ ଅନିଶା ଚର୍ଚ୍ଚାର ବିଷୟ ହୋଇଥିଲେ। ଅନିଶା ନିଜର ଡ୍ରେସ ଓ ଲୁକ୍‌ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର