ଦୀପିକାଙ୍କ ଫିଟନେସ୍‌ ସିକ୍ରେଟ : ଦିନରେ ଅଳ୍ପ ଅଳ୍ପ କରି ୬ଥର ଖାଇ ଥାଆନ୍ତି

ନୂଆଦିଲ୍ଲୀ: ବଲିଉଡ୍‌ର ସବୁଠାରୁ ଫିଟ୍‌ ଅଭିନେତ୍ରୀ ତାଲିକାରେ ଦୀପିକା ପାଦୁକୋନ୍‌ଙ୍କ ନାମ ରହିଛି। ଖାଦ୍ୟ ପ୍ରେମୀ ହେବା ସତ୍ତ୍ୱେ ଦୀପିକା ନିଜ ଡାଏଟ୍ ଓ ଫିଟନେସ୍‌ ଉପରେ ବି ବିଶେଷ ଧ୍ୟାନ ଦେଇ ଥାଆନ୍ତି। ସଠିକ୍‌ ଶରୀର ଓ ଉଜ୍ଜ୍ବଳ  ତ୍ୱଚା ପାଇବା ଦୀପିକାଙ୍କ ପାଇଁ ଏତେ ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ ବି କରିବାକୁ ପଡ଼ିଛି। ଆସନ୍ତୁ ଜାଣିବା ଦୀପିକାଙ୍କ ଫିଟ୍‌ନେସ୍‌ ସିକ୍ରେଟ ବିଷୟରେ…

ଦୀପିକାଙ୍କ କହିବାନୁସାରେ, ସେ ଦିନକ ମଧ୍ୟରେ ୬ଥର ଅଳ୍ପ ଅଳ୍ପ କରି ଖାଇ ଥାଆନ୍ତି। କିନ୍ତୁ ଏଥିରେ କେବଳ ପୁଷ୍ଟିକର ଖାଦ୍ୟ ହିଁ ସାମିଲ ରହିଥାଏ। ଦିନର ଆରମ୍ଭ ସେ ହାଲ୍‌କା ଗରମ ପାଣି ପିଇ ଆରମ୍ଭ କରି ଥାଆନ୍ତି। ଏହି ଗରମ ପାଣିରେ ଦୀପିକା ହାଲକା ମହୁ ଓ ଲେମ୍ବୁ ରସ ପକାଇ ପିଇଥାଆନ୍ତି। ଦୀପିକା ଜଳଖିଆରେ ୨ଟି ଅଣ୍ଡା, ୨ଟି ବାଦାମ ଓ ଗୋଟିଏ କପ୍‌ ଫ୍ୟାଟ ମିଲ୍‌କ, ୨ଟି ଇଡଲି କିମ୍ବା ୨ଟି ପ୍ଲେନ୍‌ ଦୋସା ରହିଥାଏ।

ଦ୍ୱିପହର ଖାଦ୍ୟ ଖାଇବା ପୂର୍ବରୁ ଦୀପିକା ତାଜା ଫଳରସ ପିଇ ଥାଆନ୍ତି। ଏହାପରେ ଘରେ ପ୍ରସ୍ତୁତ ସାଧାରଣ ଖାଦ୍ୟ ରୁଟି, ଡାଲି, ତରକାରୀ, ସଲାଡ ଓ ଦହି ଖାଇ ଥାଆନ୍ତି। କେବେକେବେ ପ୍ରୋଟିନ୍‌ ପାଇଁ ମାଛ ବି ଖାଦ୍ୟରେ ସାମିଲ କରି ଥାଆନ୍ତି। ସନ୍ଧ୍ୟା ସମୟରେ ଫିଲଟର କଫି, ବାଦାମ ଓ ଫଳ ଖାଇ ଥାଆନ୍ତି।

ରାତି ସମୟରେ ରୁଟି, ତରକାରି ଓ ଫଳ ସେବନ କରି ଥାଆନ୍ତି। ଏଥିସିହିତ ନିଜକୁ ହାଇଡ୍ରେଟ ରଖିବା ପାଇଁ ପଇଡ ପାଣି ବି ପିଇଥାଆନ୍ତି। ଏସବୁ ସହିତ ସେ ଖୁବ୍‌ ଓ୍ଵାର୍କଆଉଟ ବି କରି ଥାଆନ୍ତି।

ସମ୍ବନ୍ଧିତ ଖବର