ରଣବୀରଙ୍କ ଜନ୍ମଦିନରେ ଦୀପିକାଙ୍କ ଫଟୋର ହ୍ୟାଙ୍ଗ୍‌ଓଭର, ପରସ୍ପରଙ୍କୁ ସ୍ନେହ ଯତାଇଲେ ଦୀପବୀର

ମୁମ୍ବାଇ: ଲଣ୍ଡନଠାରେ ନିଜର ୩୪ତମ ଜନ୍ମ ଦିବସ ପାଳନ କରିଛନ୍ତି ଅଭିନେତା ରଣବୀର ସିଂହ। ରଣବୀରଙ୍କ ସହ ତାଙ୍କ ଜନ୍ମଦିନ ପାଳନରେ ପତ୍ନୀ ଦୀପିକା ପାଦୁକୋନ ବି ସାମିଲ୍‌ ଥିବା ଦେଖିବାକୁ ମିଳିଛି। ରଣବୀର ପତ୍ନୀ ଦୀପିକାଙ୍କର ଏକ ଖୋଲା ହସର ଫଟୋ ତାଙ୍କ ସୋସିଆଲ୍‌ ନେଟଓ୍ଵର୍କିଂ ସାଇଟ୍‌ ଇନ୍‌ଷ୍ଟାରେ ସେୟାର୍‌ କରି ଲେଖିଛନ୍ତି, ‘ହାଇ ଅନ୍‌ କେକ୍‌’।

 

 

View this post on Instagram

 

High on Cake! ?? @deepikapadukone #happybirthdaytome

A post shared by Ranveer Singh (@ranveersingh) on

ଫଟୋରେ ଦେଖିବାକୁ ମିଳିଛି ଓମ୍‌ ଶାନ୍ତି ଓମ୍‌ ଗର୍ଲ ଏକ ଇଜି ଚେୟାର୍‌ରେ ବସି ମନ ଖୋଲି ହସୁଛନ୍ତି। ରଣବୀର ଦୀପିକାଙ୍କର ସେହି ଫଟୋଟିକୁ ସେୟର କରିବା ସହ ହାସ୍‌ ଟ୍ୟାଗ୍‌ ଦେଇ ‘ହାପି ବାର୍ଥଡେ ଟୁ ମି’ ବୋଲି ମଧ୍ୟ ଲେଖିଛନ୍ତି।

 

ସେହିପରି ଦୀପିକା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ରଣବୀରଙ୍କ ପିଲାଦିନର ଏକ ଫଟୋ ଦେଇ ତାଙ୍କୁ ସ୍ୱତନ୍ତ୍ର ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତି।

ସମ୍ବନ୍ଧିତ ଖବର