ଆଧାର ସଂଶୋଧନ ବିଲ ରାଜ୍ୟସଭାରେ ପାଶ, ପୂର୍ବରୁ ଲୋକସଭାରେ ପାଶ ହୋଇସାରିଛି

ନୂଆଦିଲ୍ଲୀ : ଆଧାର ଓ ଅନ୍ୟାନ୍ୟ ଆଇନ ( ସଂଶୋଧନ) ବିଲ୍‌-୨୦୧୯ ଆଜି ରାଜ୍ୟସଭାରେ ବାଚନିକ ଭୋଟରେ ପାଶ ହୋଇଛି । ଗତ ୪ ତାରିଖ ଦିନ ଏହା ଲୋକସଭାରେ ପାଶ ହୋଇଥିଲା । ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ ।

ଏହି ବିଲରେ ଥିବା ବ୍ୟବସ୍ଥା  ଅନୁସାରେ ଆଧାର ନଥିଲେ ମଧ୍ୟ କେହି ସେବାରୁ ବଞ୍ଚିତ ହେବେନାହିଁ । ବ୍ୟାଙ୍କ ଖାତା ଖୋଲିବା, ମୋବାଇଲ୍ ଫୋନ୍ ସିମ୍ ନେବା ସମୟରେ ଆଧାରକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ। ଆଧାରକୁ ସଂପୂର୍ଣ୍ଣ ସୁରକ୍ଷିତ ଦର୍ଶାଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ସରକାର ଖୁବ ଶୀଘ୍ର ଡାଟା ସଂରକ୍ଷଣ ବିଲ୍ ଆଣିବେ ଏବଂ ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଘରୋଇ କମ୍ପାନିମାନେ ଆଧାର ଡାଟା ହାସଲ କରିପାରିବେ ନାହି। ଯଦି କୌଣସି ସଂସ୍ଥା ଏହା କରୁଥିବ ତା’ହେଲେ ଏଥିପାଇଁ ଦଣ୍ଡ ଓ ଜୋରିମାନା ବ୍ୟବସ୍ଥା ରହିଛି । ଦେଶର ୧୩୦ କୋଟି ଜନସଂଖ୍ୟାରୁ ୧୨୩.୫ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ଦେଶର ୬୯ ପ୍ରତିଶତ ମୋବାଇଲ ଫୋନ୍ ଆଧାର ସହିତ ସଂଯୋଗ ହୋଇଛି।

ସମ୍ବନ୍ଧିତ ଖବର