ସାଉଥ ସୁପରଷ୍ଟାର ବିକ୍ରମଙ୍କ ହୃଦଘାତ ଖବରକୁ ଗୁଜବ ବୋଲି କହିଲେ ପୁଅ ଧ୍ରୁବ

ଚେନ୍ନାଇ:  ସାଉଥ ସୁପରଷ୍ଟାର ବିକ୍ରମ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭାନ୍’ ଚଳଚ୍ଚିତ୍ରର ବଡ ଟିଜର ଲଞ୍ଚ ପୂର୍ବରୁ ହୃଦଘାତ ଯୋଗୁ ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ପୁଅ ପିତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ଗୁଜବ ପ୍ରଚାର କରାଯାଉଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ବାପାଙ୍କର ହୃଦଘାତ ହୋଇଥିବା ଖବର ମିଛ। ବିକ୍ରମଙ୍କ ସ୍ୱାସ୍ଥ୍ୟ ଶୁକ୍ରବାର ହଠାତ୍ ଖରାପ ହୋଇଯାଇଥିଲା । ଏହା ପରେ ବିକ୍ରମଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ବିକ୍ରମଙ୍କ ପୁଅ ଧ୍ରୁଭ ବିକ୍ରମଙ୍କ କହିଛନ୍ତି ଯେ ବିକ୍ରମ ହୃଦଘାତର ଶିକାର ହୋଇ ନଥିଲେ। ବିକ୍ରମ ସାମାନ୍ୟ ଛାତି ଯନ୍ତ୍ରଣା ପାଇଁ ଚିକିତ୍ସିତ ହେଉଛନ୍ତି ଏବଂ ଗୋଟିଏ ଦିନ ଭିତରେ ଡାକ୍ତରଖାନାରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି। ସେ ଏକ ଟୁଇଟ୍ କରି ଲେଖିଛନ୍ତି, “ପ୍ରିୟ ପ୍ରଶଂସକ ଏବଂ ଶୁଭେଚ୍ଛୁମାନେ, ଆପ୍ପାଙ୍କର ଛାତିରେ ସାମାନ୍ୟ ଅସ୍ୱାଭାବିକତା ଥିଲା ଏବଂ ସେ  ଚିକିତ୍ସିତ ହେଉଛନ୍ତି। ତାଙ୍କର ହୃଦଘାତ ହୋଇ ନାହିଁ। ଏଥିପାଇଁ ଗୁଜବ ଶୁଣିବାକୁ ଆମେ ଦୁଖିତ।”

ତାଙ୍କ ବିବୃତିରେ ଧ୍ରୁଭ ବିକ୍ରମ ଆହୁରି ମଧ୍ୟ କହିଛନ୍ତି, ” ଆମ ପରିବାର ଏହି ସମୟରେ ଆବଶ୍ୟକ କରୁଥିବା ଗୋପନୀୟତା ପ୍ରଦାନ କରିବାକୁ ଅନୁରୋଧ କରୁଛୁ। ଆମର ଚିଆନ୍ ବର୍ତ୍ତମାନ ଭଲ ଅଛନ୍ତି। ସେ ଗୋଟିଏ ଦିନରେ ଡାକ୍ତରଖାନାରୁ ଡିସଚାର୍ଜ ହେବାର ସମ୍ଭାବନା ରହିଛି। ”

ସୂଚନା ଥାଉ କି ଯେ ବିକ୍ରମ ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନିୟିନ୍ ସେଲଭାନ୍’ ପାର୍ଟ ୱାନରେ ଖୁବ ଶୀଘ୍ର ନଜର ଆସିବାକୁ ଯାଉଛନ୍ତି। ନିକଟରେ ‘ପୋନିୟିନ୍ ସେଲଭାନ’ରେ ବିକ୍ରମଙ୍କ ଲୁକ ବାବଦରେ ଜଣାପଡିଥିଲା। ଏହି ଚଳଚ୍ଚିତ୍ରରେ ବିକ୍ରମଙ୍କ ସହ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ଵର୍ୟ୍ୟ ରାୟ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ପୋନିୟିନ୍ ସେଲଭାନ୍ ଚଳିତ ବର୍ଷ ୩୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।

ସମ୍ବନ୍ଧିତ ଖବର