ଜାଣନ୍ତୁ ସୁଶାନ୍ତଙ୍କ ବ୍ୟକ୍ତିଗତ ଡାଏରିରେ କ’ଣ ସବୁ ଲେଖାଥିଲା? ପୁଲିସ୍‌ ତଦନ୍ତ ଜାରି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ ତାରିଖରେ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ୍ୟୁ ରହସ୍ୟ ଖୋଲିବା ପାଇଁଁ ପୁଲିସ୍‌ ତନାଘନା ଜାରି ରଖିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ କିଛି ଦିନ ତଳେ ସୁଶାନ୍ତଙ୍କ ବାନ୍ଦ୍ରାସ୍ଥିତ ବାସଭବନରୁ ପୁଲିସ୍‌ ତାଙ୍କ ବ୍ୟକ୍ତିଗତ ଡାଏରି ଉଦ୍ଧାର କରିଥିଲା। ସୁଶାନ୍ତ ତାଙ୍କ ଡାଏରିରେ କ’ଣ ସବୁ ଲେଖିଥିଲେ ତାହା ଜାଣିବାର ଉତ୍କଣ୍ଠା ଆପଣଙ୍କ ଭିତରେ ଥିବ ନିଶ୍ଚୟ।

ସୁଶାନ୍ତ ତାଙ୍କ ଡାଏରିରେ ନିଜର ଉୟଭ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ଛୋଟ ଛୋଟ କଥା ସବୁ ଲେଖିଛନ୍ତି। ସେ ସେଥିରେ ତାଙ୍କ ପୂର୍ବ ପ୍ରେମିକା ଅଙ୍କିତ‌ାଙ୍କ ସହ ବିଚ୍ଛେଦରୁ ନେଇ ରେହା ଚକ୍ରବର୍ତ୍ତୀଙ୍କ ସହ ପ୍ରେମ ସଂପର୍କ ବିଷୟରେ ଉଲ୍ଲେଖ କରିଛନ୍ତି।

India TV News

ସୁଶାନ୍ତ ତାଙ୍କ ଡାଏରିରେ ନିଜ ବିଷୟରେ ଲେଖାଯାଇଥିବା କିଛି ବିରକ୍ତିକର ଆର୍ଟିକିଲ୍‌ ବିଷୟରେ ବି ଉଲ୍ଲେଖ କରିଛନ୍ତି, ଯାହାକି ତାଙ୍କ ବିରୁଧରେ ଲେଖା ଯାଇଥିଲା। ସୁଶାନ୍ତଙ୍କ ଏହି ଲେଖାକୁ ଭିତ୍ତି କରି ମୁମ୍ବାଇ ପୁଲିସ୍‌ ଏହି ଆର୍ଟିକିଲ୍‌ ଲେଖିଥିବା ୨ ଜଣ ୱେବ୍‌ ପୋର୍ଟାଲ୍‌ କର୍ମଚାରୀଙ୍କୁ ସମନ ପଠାଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଜୁନ୍‌ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଡିପ୍ରେସନ୍‌ ଔଷଧ ଖାଉଥିଲେ ବୋଲି ଜାଣିବାକୁ ମିଳିଥିଲା। ପୁଲିସ୍‌ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ୨୮ ଜଣଙ୍କୁ ଜେରା କରି ସାରିଲାଣି।

ସମ୍ବନ୍ଧିତ ଖବର