‘ବଧାଇ ହୋ’ରେ ନୀନା ଗୁପ୍ତା-ଗଜରାଜ ରାଓଙ୍କ ଚରିତ୍ର ପାଇଁ ପ୍ରଥମେ ଏହି କଳାକାରଙ୍କୁ ଦିଆଯାଇଥିଲା ପ୍ରସ୍ତାବ

ମୁମ୍ବାଇ : ରିଲିଜ୍‌ ପରେ ବକ୍ସ ଅଫିସରେ ଧମାଲ ମଚାଇଛି ଫିଲ୍ମ ‘ବଧାଇ ହୋ’ । ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ନୀନା ଗୁପ୍ତା,ଗଜରାଜ ରାଓ ଏବଂ ସୁରେଖା ସିକ୍ରି ସାଜିଥିବା ବେଳେ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କ ସାଥ୍‌ ଫିଲ୍ମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥିବା ଦେଖାଯାଇଛି । ତେବେ ଫିଲ୍ମରେ ନୀନା ଗୁପ୍ତା ଏବଂ ଗଜରାଜ ରାଓଙ୍କ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏହି ଚରିତ୍ର ପାଇଁ ଏହି ଦୁଇ କଳାକାର ପ୍ରଥମ ପସନ୍ଦ ନ ଥିଲେ ବୋଲି ଜଣାପଡ଼ିଛି ।

indiatimes.com

ଫିଲ୍ମରେ ଏହି ଚରିତ୍ର କରିବା ପାଇଁ ପ୍ରଥମେ ତବୁ ଏବଂ ଅଭିନେତା ଇର୍‌ଫାନ ଖାନ୍‌ଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଫିଲ୍ମର କାହାଣୀ ଶୁଣି ତବୁ ନୀନା ଗୁପ୍ତାଙ୍କୁ ନେବା ପାଇଁ ନିର୍ଦ୍ଦେଶକ ଅମିତ୍‌ ଶର୍ମାଙ୍କୁ କହିଥିଲେ । କାରଣ ଫିଲ୍ମର କାହାଣୀ ଅନୁଯାୟୀ ଜଣେ ବୃଦ୍ଧ ମହିଳା ମା’ ନହେବା ବୟସରେ ମା’ ବନୁଛନ୍ତି । ମୋ ଜାଣିବାରେ ମୁଁ ଏବେ ବି ମା’ ହୋଇ ପାରିବାର ବୟସରେ ଅଛି ବୋଲି କହି ତବୁ ଏହି ଚରିତ୍ର ନୀନା ଗୁପ୍ତାଙ୍କୁ ଦିଆଯାଉ ବୋଲି କହିଥିଲେ । ଅନ୍ୟ ପକ୍ଷରେ ଇର୍‌ଫାନ୍‌ ଖାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସେ ଏହି ଫିଲ୍ମ କରି ପାରି ନଥିଲେ । ପରେ ଏହି ଦୁଇ ଚରିତ୍ର ନୀନା ଗୁପ୍ତା ଏବଂ ଗଜରାଜ ରାଓଙ୍କୁ ମିଳିଥିଲା ।

ସମ୍ବନ୍ଧିତ ଖବର