ମୋଦୀଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ‘ଏକ୍ ଔର୍ ନରେନ୍’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ତିଆରି ହେବ ଆଉ ଏକ ଚଳଚ୍ଚିତ୍ର ‘ଏକ୍ ଔର୍ ନରେନ୍’। ଏହା ମୋଦୀଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ। ମୋଦୀ ଭୂମିକାରେ ଅଭିନୟ କରିବେ ମହାଭାରତ ଧାରାବାହିକର ଯୁଧିଷ୍ଠିର ଚରିତ୍ରରେ ନଜର ଆସିଥିବା ଗଜେନ୍ଦ୍ର ଚୌହାନ। ମିଲନ୍ ଭୌମିକ୍‌ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରକୁ ନେଇ ଗଜେନ୍ଦ୍ର ଖୁବ୍ ଉତ୍ସାହିତ ଅଛନ୍ତି।

ଉତ୍ସୁକତାର କାରଣକୁ ନେଇ ସେ କହିଛନ୍ତି, ମୋଦୀଙ୍କୁ ନେଇ ପୂର୍ବରୁ ଅନେକ ଚଳଚ୍ଚିତ୍ର ତିଆରି ହୋଇଥିଲେ ବି ତାଙ୍କ ବ୍ୟକ୍ତିଗତ ଜୀବନ ସହ ମେଳ ଖାଉଥିବା ବ୍ୟକ୍ତିତ୍ବ ଏଭଳି ଚଳଚ୍ଚିତ୍ର କରିନାହାନ୍ତି। ସେ ମୋଦୀଙ୍କ ବ୍ୟକ୍ତିଗତ ଜୀବନକୁ ନିଖୁଣ ଭାବେ ନିଭାଇବେ ବୋଲି କହିଛନ୍ତି। ଏହି ଚଳଚ୍ଚିତ୍ର ଦୁଇଜଣଙ୍କ ଜୀବନୀ ଉପରେ ଆଧାରିତ। ପ୍ରଥମେ ନରେନ୍ଦ୍ରନାଥ ଦତ୍ତ ବା ସ୍ବାମୀ ବିବେକାନନ୍ଦ କିଭଳି ସାରା ବିଶ୍ବରେ ଭାଇଚାରାର ଏକ ପ୍ରତୀକ ଭାବେ ଉଭା ହୋଇଥିଲେ ତା’ ଉପରେ ଦେଖାଯିବ।

ସେହିଭଳି ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇଚାରା ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ବୋଲି ସେ କହିଛନ୍ତି। ତେବେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖକୁ ନେଇ ବିବାଦ ଦେଖାଦେଇଛି। ଆସନ୍ତା ସେପ୍ଟେମ୍ବର ୧୭ରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପାଇଁ ଧାର୍ଯ୍ୟ ହୋଇଛି। ମାତ୍ର ଉକ୍ତ ସମୟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁଥିବାରୁ ତାରିଖକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗୁଜୁରାଟ ଓ କୋଲ୍‌କାତାରେ ଏହାକୁ ସୁଟିଂ କରାଯିବ।

ସମ୍ବନ୍ଧିତ ଖବର