ଦୁଇ ବର୍ଷ ଭିତରେ କମିନି ହନି ସିଂଙ୍କ ଚାହିଦା : ନୂଆ ଗୀତର ଭିଡ଼ିଓକୁ ଦେଖିଲେ ୨୦ କୋଟି ଦର୍ଶକ

ନୂଆଦିଲ୍ଲୀ : ଏକ ସମୟ ଥିଲା ଯେତେବେଳେ ସାରା ଦୁନିଆ ୟୋ ୟୋ ହନି ସିଂ ବୋଲି ରଟି ହେଉଥିଲା । ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ହନି ସିଂଙ୍କ ଗୀତର ପ୍ରଶଂସକ ପାଲଟି ଥିଲେ । ବଲିଉଡ଼ର କୌଣସି ସଂଙ୍ଗୀତ ହନି ସିଂ ଙ୍କ ର‍୍ୟାପ ବିନା ପୂରା ହେଉ ନଥିଲା । କିନ୍ତୁ ହଠାତ୍‌ ତାଙ୍କର ମଦ୍ୟପାନ ଅଭ୍ୟାସ ତାଙ୍କ ପାଇଁ କାଳ ସାଜିଲା । ହନି ସିଂଙ୍କ ଶରୀର ଅସୁସ୍ଥ ହେବାରୁ ସେ ବଲିଉଡ୍‌ ମ୍ୟୁଜିକ୍‌ ଇଣ୍ଡଷ୍ଟି୍ରରୁ ଉଭାନ ହୋଇଯାଇଥିଲେ । ତେବେ ୨ ବର୍ଷ ପରେ ‘ସୋନୁ କି ଟିଟୁ କି ସ୍ୱିଟି’ ଚଳଚ୍ଚିତ୍ରରେ ‘ଦିଲ ଚୋରି ସାଡ଼ା ହୋଗୟା’ ଗୀତ ମାଧ୍ୟମରେ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ତାଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଥରେ ବଲିଉଡରେ ହଲଚଲ୍‌ ଆଣିଛି । ୟୁଟ୍ୟୁବ୍‌ରେ ତାଙ୍କର ଏହି ଗୀତକୁ ବର୍ତ୍ତମାନ ୨୦ କୋଟିିରୁ ଅଧିକ ଲୋକ ଦେଖିସାରିଛନ୍ତି।

Torial

ଦୁଇ ବର୍ଷର ବ୍ୟବଧାନ ମଧ୍ୟରେ ହନି ସିଂଙ୍କ ନାମରେ ଅନେକ କଥା ଶୁଣିବାକୁ ମିଳିଥିଲା । ତେବେ ଏହି ମଧ୍ୟରେ ବଲିଉଡ଼ରେ ଅନେକ ର‍୍ୟାପର ମଧ୍ୟ ଆସିଥିଲେ । ତେବେ ସେମାନେ ମଧ୍ୟ ବେଶ୍‌ ଭଲ ଭଲପାଇବା ହାସଲ କରିଥିଲେ । ଏହା ପରେ ମଧ୍ୟ ହନି ସିଂ ପ୍ରମାଣିତ କରିଛନ୍ତି ସେ ହେଉଛନ୍ତି ବଲିଉଡ଼ର ଏକ ନମ୍ବର ର‍୍ୟାପର । ତାଙ୍କର ସ୍ଥାନ କେହି ମଧ୍ୟ ନେଇ ପାରିବେ ନାହିଁ । ତାଙ୍କର ଏହି ସଂଙ୍ଗୀତକୁ ବର୍ତ୍ତମାନ ବିବାହଠାରୁ ଆରମ୍ଭ କରି ସମସ୍ତ ପାର୍ଟିରେ ଶୁଣିବା ପାଇଁ ମିଳୁଛି।

ସମ୍ବନ୍ଧିତ ଖବର