ଗୀତ ଗାଇବା ପାଇଁ ରାନୁଙ୍କୁ ଏତିକି ଟଙ୍କା ଦେଇଛନ୍ତି ହିମେଶ

ମୁମ୍ବାଇ : ନିଜ ସୁମଧୁର କଣ୍ଠ ସ୍ୱର ପାଇଁ ଆଜି ଜଣେ ଭିକାରୀରୁ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛନ୍ତି ରାନୁ ମଣ୍ଡଲ । ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁଙ୍କୁ ଏବେ ବଲିଉଡ୍‌ରେ ଗାଇବାର ସୁଯୋଗ ମିଳିଛି । ବଲିଉଡ୍‌ର ଲୋକପ୍ରିୟ ସଂଗୀତ ନିର୍ଦେଶକ ହିମେଶ ରେଶମିୟା ରାନୁଙ୍କୁ ନିଜ ଫିଲ୍ମରେ ‘ତେରି ମେରି କାହାନୀ’ ଗୀତ ଗାଇବାର ସୁଯୋଗ ଦେଇଥିବା ବେଳେ ଏହି ଗୀତ ଗାଇବା ପାଇଁ ରାନୁଙ୍କୁ କେତେ ଟଙ୍କା ମିଳିଛି, ସେ ନେଇ ଚର୍ଚ୍ଚା ଜୋର ଧରିଛି ।

रानू मंडल
amarujala.com

ସୂଚନା ମୁତାବକ, ହିମେଶ ଏହି ଗୀତ ପାଇଁ ରାନୁଙ୍କୁ ୬-୭ଲକ୍ଷ ଟଙ୍କା ଅଫର କରିଥିଲେ । କିନ୍ତୁ ରାନୁ ଏହି ଟଙ୍କା ନେବାକୁ ମନା କରି ଦେଇଥିଲେ । ତେବେ ରାନୁଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ହିମେଶ ତାଙ୍କୁ ଜୋରଜବରଦସ୍ତ ଟଙ୍କା ଦେବା ସହ ତାଙ୍କୁ ସୁପରଷ୍ଟାର ବନିବା ପାଇଁ କେହି ରୋକି ପାରିବେ ନାହିଁ ବୋଲି କହିଥିଲେ । ତେବେ ଭାଇରାଲ ହେଉଥିବା ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର