୩୨ବର୍ଷ ହେଲାଣି ରେଖାଙ୍କ ଛାଇ ହୋଇ ରହିଛନ୍ତି ଏହି ମହିଳା, ସ୍ୱାମୀ-ସ୍ତ୍ରୀଙ୍କ ଭଳି ରହୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀ ରେଖାଙ୍କର ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଆଜି ଆମେ ତାଙ୍କ ଜୀବନର ଏକ ରହସ୍ୟ ବିଷୟରେ ଆପଣଙ୍କୁ ଜଣାଇବୁ । ୬୫ବର୍ଷରେ ପାଦ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି ।  ଏଥିନେଇ ଅନେକ ଲୋକ ଅନେକ କାରଣ କହୁଥିବା ବେଳେ ରେଖା ଓ ତାଙ୍କ ସେକ୍ରେଟାରୀ ଫର୍‌ଜାନାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କ’ଣ କ’ଣ ସବୁ ଚର୍ଚ୍ଚା ହୋଇଥିଲା ଏବଂ ସେଥିରେ କେତେ ସତ୍ୟତା ରହିଛି ଆମେ ଆପଣଙ୍କୁ ଜଣାଇବୁ ।

rekha
amarujala.com

ରେଖାଙ୍କ ସହ ଅନେକ ସମୟରେ ଜଣେ ମହିଳା ନଜର ଆସିଥାନ୍ତି । ଯାହାଙ୍କ ନାମ ଫର୍‌ଜାନା ହୋଇଥିବା ବେଳେ ସେ ୩୨ବର୍ଷ ହେଲାଣି ରେଖାଙ୍କ ସହ ରହି ଆସୁଛନ୍ତି । ସାମ୍ବାଦିକ ମୋହନଦୀପ୍‌ ରେଖାଙ୍କୁ ନେଇ ଲେଖିଥିବା ନିଜର ବହି Eurekhaରେ ଫର୍‌ଜାନାଙ୍କ ସହ ରେଖାଙ୍କ ସଂପର୍କ ବିଷୟରେ ଆଶ୍ଚର୍ଯ୍ୟ କଲା ଭଳି କଥା ଲେଖିଛନ୍ତି ମୋହନଦୀପ୍‌ । ବହିରେ ସେ ରେଖା ଓ ଫର୍‌ଜାନାଙ୍କ ମଧ୍ୟରେ ଶରୀରିକ ସଂପର୍କ ଥିବା ବିଷୟରେ ଲେଖିଛନ୍ତି । ଦୁହେଁ ପରସ୍ପର ସହ ସ୍ୱାମୀ-ସ୍ତ୍ରୀ ଭଳି ବ୍ୟବହାର କରନ୍ତି ଏବଂ ଘରେ ସ୍ୱାମୀ-ସ୍ତ୍ରୀଙ୍କ ଭଳି ରୁହନ୍ତି । ଯାହା ପାଇଁ ଫର୍‌ଜାନା ସବୁବେଳେ ପୁରୁଷଙ୍କ ଭଳି ପୋଷାକ ପିନ୍ଧିଥାନ୍ତି । ତେବେ ବହିରେ ଲେଖାଥିବା କଥାରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ନୁହେଁ । କିନ୍ତୁ ଅନେକ ସମୟରେ ଦୁହିଁଙ୍କ ସଂପର୍କକୁ ନେଇ ବହୁତ କିଛି ଲେଖାଯାଇଛି ।

ସମ୍ବନ୍ଧିତ ଖବର