୩ ମୋଟରସାଇକେଲ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍‌, ସମସ୍ତେ ମୃତ

କେନ୍ଦୁଝର: ତିନି ଜଣ ମୋଟର ସାଇକେଲ୍‌ ଆରୋହୀଙ୍କ ଉପରେ ଗୁରୁବାର ଏକ ଯାତ୍ରୀବାହୀ ବସ୍‌ ଚଢ଼ିଯାଇଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଚମ୍ପୁଆ ଥାନା ଅନ୍ତର୍ଗତ ଉର୍ତ୍ତି ଗାଁରେ ଘଟିଥିବା ଏହି ଘଟଣାରେ ୨ ଜଣ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜୀବନ ହାରିଛନ୍ତି। ସୂଚନା ଅନୁସାରେ ବସ୍‌ ‘ବୁଲବୁଲ’ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରୁ ଚମ୍ପୁଆ ଯାଉଥିଲା। ଏକ ସଂକୀର୍ଣ୍ଣ ନାଳ ଅତିକ୍ରମ ବେଳେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର