ଟ୍ବିଟର କ୍ରୋଧ ପ୍ରକାଶ କରିବାର ମାଧ୍ୟମ ପାଲଟିଗଲାଣି, ମୁଁ ‌ସେଥିପାଇଁ ଟ୍ବିଟରରେ ନାହିଁ: କରୀନା କପୁର ଖାନ୍

ମୁମ୍ବାଇ: ନିକଟରେ କରୀନା କପୁର ଖାନଙ୍କୁ ତାଙ୍କର ଏକ ବିବୃତି ଯୋଗୁଁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। କରୀନାଙ୍କୁ ଟ୍ରୋଲ କରୁଥିବା ଲୋକମାନେ ତାଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’କୁ ବଏକଟ କରିବା ପାଇଁ ଟ୍ରେଣ୍ଡ ଆରମ୍ଭ କରିଥିଲେ। ପୂର୍ବରୁ ଚୁପ ଥିବା କରୀନା ଏବେ ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଏଭଳି ଲୋକଙ୍କ କଥା ବା ସମାଲୋଚନା ମୋ ଉପରେ ପ୍ରଭାବ ପକାଏ ନାହିଁ।

ଜାତୀୟ ଗଣମାଧ୍ୟମ ନିଉଜ୍-୧୮କୁ ସାକ୍ଷାତକାର ଦେଇ କରୀନା କହିଛନ୍ତି ଯେ, ପ୍ରତିଦିନ କିଛି ନା କିଛି ଘଟେ, ଯାହା ପାଇଁ ଲୋକେ ଆମକୁ ଟ୍ରୋଲ କରିଥାନ୍ତି। ସେଥିପାଇଁ ମୁଁ ଟ୍ୱିଟରରେ ନାହିଁ। ମୁଁ ଅନୁଭବ କରୁଛି ଯେ ଟ୍ୱିଟର ସେହି ଲୋକମାନଙ୍କ ପାଇଁ, ଯେଉଁମାନେ କେବଳ ସେମାନଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଚାହାଁନ୍ତି ଏବଂ ଟ୍ବିଟରରେ ରହି ଏଭଳି ଲୋକଙ୍କ କ୍ରୋଧର ଶିକାର ହେବା ପାଇଁ ମୋ ପାଖରେ ସମୟ ନାହିଁ। ମୁଁ ମୋର ପିଲାଙ୍କ ସହ ପରିବାର ଏବଂ କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛି।

ତେବେ ଲାଲ୍‌ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତ୍ରୀ କରୀନା କପୁର୍‌। ଚଳଚ୍ଚିତ୍ର ପାଇଁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ଆମୀର ଖାନ୍‌ ଓ ନିର୍ଦ୍ଦେଶକ ଏକ ୨୫ ବର୍ଷୀୟା ଅଭିନେତ୍ରୀଙ୍କୁ ଖେ‌ାଜୁଥିଲେ। ମାତ୍ର ଶେଷର ପସନ୍ଦ ଆସିଥିଲେ ୪୧ ବର୍ଷୀୟା କରୀନା କପୁର୍‌ ଖାନ୍‌।

ସମ୍ବନ୍ଧିତ ଖବର