ପାଞ୍ଚ ବର୍ଷ ଭିତରେ ହେମାଙ୍କ ସମ୍ପତ୍ତି ୩୪.୩୬ କୋଟି ଟଙ୍କାକୁ ବୃଦ୍ଧି, ସମୁଦାୟ ୧୦୧ କୋଟି ଟଙ୍କାର ମାଲିକାଣୀ ଡ୍ରିମ୍‌ଗାର୍ଲ

ମଥୁରା: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମଥୁରାରୁ ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ଭାବେ ପୁଣି ଥରେ ହେମା ମାଳିନୀଙ୍କୁ ଟିକେଟ୍‌ ମିଳିଛି। ତେବେ ଜାଣିରଖନ୍ତୁ ଯେ ମୈଦାନକୁ ଓହ୍ଲାଇଥିବା ହେମାଙ୍କ ସମ୍ପତ୍ତିର ମୂଲ୍ୟ ୫ ବର୍ଷ ଭିତରେ ୩୪.୩୬ କୋଟି ଟଙ୍କା ବୃଦ୍ଧି ପାଇଛି। ହେମାଙ୍କ ପତି ଧର୍ମେନ୍ଦ୍ର ସିଂହ ଦେଓଲଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୧୨ କୋଟି ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

ହେମାମାଳିନୀ ୨୦୧୩-୧୪ରେ ୧୫ ଲକ୍ଷ ୯୩ ହଜାର ଟଙ୍କା ରୋଜଗାର କରିଥିବା ବେଳେ ଗତବର୍ଷ ୧ କୋଟି ୧୯ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରିଥିବା ଆୟକର ବିଭାଗ ସୂଚନା ଦେଇଛି। ସେହିପରି ୨୦୧୪-୧୫ରେ ହେମା ୩ କୋଟି ୧୨ ଲକ୍ଷ ଟଙ୍କା, ୨୦୧୫-୧୬ରେ ୧ କୋଟି ୯ ଲକ୍ଷ ଏବଂ ୨୦୧୬-୧୭ରେ ୪ କୋଟି ୩୦ ଲକ୍ଷ ୧୪ ହଜାର ଟଙ୍କା ରୋଜଗାର କରିଥିବା ସୂଚନା ରହିଛି।

ସବୁ ମିଶାଇଲେ ୫ ବର୍ଷ କାର୍ଯ୍ୟକାଳ ଭିତରେ ହେମାଙ୍କ ପୂରା ଆୟ ରହିଛି ୯ କୋଟି ୮୭ ଲକ୍ଷ ୫୫ ହଜାର ଟଙ୍କା। ସେହିପରି ୫ ବର୍ଷ ଭିତରେ ଧର୍ମେନ୍ଦ୍ରଙ୍କ ଆୟ ରହିଛି ୯ କୋଟି ୭୨ ଲକ୍ଷ ୭୮ ହଜାର ଟଙ୍କା। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୦୧ କୋଟି ଟଙ୍କା।

ସମ୍ବନ୍ଧିତ ଖବର