ମା’ ହେଲେ କଣ୍ଠଶିଳ୍ପୀ ଶ୍ରେୟା, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଓ ତାଙ୍କ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଶ୍ରେୟା ସୋସିଆଲ ମିଡିଆ ଜରିଆରେ ତାଙ୍କର ପ୍ରଶଂସକଙ୍କୁ ଏଖୁସି ଖବର ଦେଇଛନ୍ତି। ଏଥିସହିତ ସମସ୍ତେ ଦେଇଥିବା ଶୁଭକାମନା ପାଇଁ ସେ ଧନ୍ୟବାଦ ବି ଜଣାଇଛନ୍ତି।

ଶ୍ରେୟା ଇନଷ୍ଟାଗ୍ରାମରେ ଏକ ମେସେଜ ସେୟାର କରି ଲେଖିଛନ୍ତି, ‘ଭଗବାନ ଆଜି ଦ୍ବିପହରେ ଆମକୁ ଏକ ପୁତ୍ର ସନ୍ତାନ ଦେଇଛନ୍ତି। ଏହା ଏମିତି ଏକ ଭାବନା ଯାହାକୁ ମୁଁ କେବେ ଅନୁଭବ କରି ନଥିଲି। ଆମ ଘର ଖୁସିରେ ଭରି ଯାଇଛି। ଆପଣମାନଙ୍କ ଅଗଣିତ ଶୁଭକାମନା ପାଇଁ ଧନ୍ୟବାଦ।’

 

 

View this post on Instagram

 

A post shared by shreyaghoshal (@shreyaghoshal)

କିଛିଦିନ ତଳେ ଶ୍ରେୟା ଅନ୍ତସତ୍ତ୍ବା ଥିବା ଖବର ମିଳିଥିଲା। ସେ ଟୁଇଟରରେ ବେବି ଶ୍ରେୟାଦିତ୍ୟ ଆସୁଥିବା ସୂଚନା ଦେଇଥିଲେ। ଏଥିସହିତ ସେ ନିଜର ଏକ ଫଟୋ ବି ସେୟାର କରି ବେବି ପାଇଁ ଶୁଭକାମନା ଓ ସ୍ନେହ ଦେବାକୁ  ଅନୁରୋଧ କରିଥିଲେ।

 

ସମ୍ବନ୍ଧିତ ଖବର