ନାୟିକା ଅପେକ୍ଷା ଆଇଟମ୍‌ ଗର୍ଲ ବନି ଅଧିକ ଚର୍ଚ୍ଚିତା ହୋଇଛନ୍ତି ଏହି ଓଲିଉଡ ତାରକା

ଭୁବନେଶ୍ୱର: ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ନାୟିକା ଅନନ୍ୟା ହିରୋଇନ୍‌ ଭାବେ ଓଡ଼ିଆ ଫିଲ୍ମରେ ଯେତିକି ଚର୍ଚ୍ଚାକୁ ଆସି ନଥିଲେ,ତା’ଠାରୁ ଅଧିକ ଲୋକପ୍ରିୟତା ଆଣିଦେଇଛି ଏହି ନାୟିକାଙ୍କୁ ସେହି ଆଇଟମ୍‌ ଗୀତ।
ଏଠାରେ ଯେଉଁ ଆଇଟମ୍‌ ନମ୍ବର କୁହାଯାଉଛି,ତାହା ହେଲା ଅମ୍ଳାନ-ଅନୁଭା ଷ୍ଟାରର୍‌ ମୁଭି ‘ବଜରଙ୍ଗୀ’ର ଏ ଫର୍‌ ଆପୁଲ୍‌ ଆପୁଲ୍‌ ବି ଫର୍‌ ବାନାନା….। ଆଉ ଏହି ଗୀତରେ ଆଇଟମ୍‌ ଗର୍ଲ ରୂପେ ପରଦାକୁ ଆସିଥିଲେ ଅନନ୍ୟା।
ନାୟିକାଭାବେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଗଡ଼୍‍ଫାଦର୍‌’ହେଉଛି ଅନନ୍ୟା ମିଶ୍ରଙ୍କର ପ୍ରଥମ ଓଡ଼ିଆ ସିନେମା। ଏଥିରେ ଅନନ୍ୟାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ନବାଗତ ସତ୍‌ଶ୍ରୀ। ଏବେ ଅନନ୍ୟାଙ୍କ ନାୟିକା ଭାବେ ଦ୍ୱିତୀୟ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି।ଏହି ସିନେମାର ଟାଇଟଲ୍‌ ହେଲା ‘କଟିପତଙ୍ଗ’।ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଚକ୍‌ଲେଟ୍‌ ହିରୋ ଅଭିଷେକ। କୁମାର ସରୋଜ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ କୁମାର ସରୋଜ ‘ରକଷ୍ଟାର୍‌’ଓ ‘ଟିକେ ଖରା ଟିକେ ଛାଇ’ ଭଳି ସିନେମା ନିର୍ମାଣ କରିଛନ୍ତି। ଦେବେନ୍ଦ୍ର ନାଥ ସାହୁ ଏହି ସିନେମାର ପ୍ରଯୋଜକ।

ତାଛଡା ସେ ଅନ୍ୟ ଏକ ସିନେମା ‘ ତୁମୋ ଡ୍ରିମ୍‌ ଗାର୍ଲ’ ବି ନାୟିକାଭାବେ ଆସୁଛନ୍ତି । ଏଥିରେ ନବାଗତ ଶୁଭମ୍‌ ଗିରି ଅଛନ୍ତି ନାୟକ ଭୂମିକାରେ। ପି ପ୍ରଭାକର ଏହାର ନିର୍ଦ୍ଦେଶକ।ଦେଖାଯାଉ ଏସବୁ ନୂଆ ସିନେମା ତାଙ୍କୁ ସଫଳତା ଆଣି ଦେଉଛି କି ନାହିଁ।

ସମ୍ବନ୍ଧିତ ଖବର