ଆଗକୁ ବିବାହ, ଆକାଉଣ୍ଟ୍‌ରେ ଅଛି ମାତ୍ର ୧୮ ହଜାର ଟଙ୍କା! ଲକ୍‌ଡାଉନ୍‌ର ଦୁଃଖ ବଖାଣିଲେ ଏହି ବଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: କଣ୍ଠଶିଳ୍ପୀ, ଅଭିନେତା ତଥା ଲୋକପ୍ରିୟ ବଲିଉଡ୍‌ ହୋଷ୍ଟ୍‌ ଆଦିତ୍ୟ ନାରାୟଣ ନିକଟ ଭବିଷ୍ୟତରେ ତାଙ୍କ ଦୀର୍ଘ ଦିନର ପ୍ରେମିକା ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ପାଇଁ କିପରି ଆର୍ଥିକ ସମସ୍ୟା ଦେଇ ତାଙ୍କୁ ଗତି କରିବାକୁ ପଡ଼ିଛି ସେ ସଂପର୍କରେ ଏକ ସାକ୍ଷାତ୍‌କାରରେ ଅତ୍ୟନ୍ତ ଖୋଲା‌ଖୋଲି ଭାବେ କହିଛନ୍ତି ଆଦିତ୍ୟ। ସେ କହିଛନ୍ତି କି କିଛି କାମ ନକରି ବସି ବସି ଖାଇକି ସେ ନିଜର ସବୁତକ ସଞ୍ଚୟ ସାରି ଦେଇ ସାରିଲେଣି। ଏବେ ତାଙ୍କ ଆକାଉଣ୍ଟ୍‌ରେ ଆଉ ମାତ୍ର ୧୮ ହଜାର ଟଙ୍କା ଅଛି।

ଆଦିତ୍ୟ ସାକ୍ଷାତ୍‌କାରରେ ନିଜର ମତ ରଖି କହିଛନ୍ତି, ‘ଯଦି ସରକାର ଲକ୍‌ଡାଉନ୍‌କୁ ଆହୁରି ବୃଦ୍ଧି କରନ୍ତି ତେବେ ଲୋକମାନେ ଭୋକରେ ମରିବା ଥୟ। ମୋର ସମ୍ପୂର୍ଣ୍ଣ ସଞ୍ଚୟ ହ୍ରାସ ପାଇ ସାରିଲାଣି। ମୁଁ ପ୍ରକୃତରେ ମୋର ସମସ୍ତ ସଞ୍ଚୟ ଶେଷ କରି ଦେଇଛି। ମ୍ୟୁଚୁଆଲ ଫଣ୍ଡରେ ମୁଁ ବିନିଯୋଗ କରିଥିବା ସମସ୍ତ ଟଙ୍କାକୁ ମୋତେ ଉଠାଇବାକୁ ପଡ଼ିଲା, ବଞ୍ଚିବା ପାଇଁ। କାହିଁକି ନା, ଏପରି ଏକ ଯୋଜନା କେହି ତିଆରି କରିନାହାନ୍ତି ଯେ ମୁଁ ବର୍ଷ ଯାକ କାମ କରିବି ନାହିଁ ତଥାପି ବି କିଛି ଅସୁବିଧା ହେବନି। ଯେହେତୁ ଆପଣ କୋଟିପତି ନୁହଁନ୍ତି, ଆପଣଙ୍କ ନିକଟରେ କିଛି ବିକଳ୍ପ ନାହିଁ। ମୋ ଆକାଉଣ୍ଟ୍‌ରେ ଆଉ ମାତ୍ର ୧୮ ହଜାର ଟଙ୍କା ଅଛି। ତେଣୁ ଯଦି ମୁଁ ଅକ୍ଟୋବର ସୁଦ୍ଧା କାମ ଆରମ୍ଭ ନ କରେ, ମୋ ପାଖରେ ଆଉ ଟଙ୍କା ବଞ୍ଚିବ ନାହିଁ। ମୋତେ ମୋ ବାଇକ୍ କିମ୍ବା କିଛି ବିକ୍ରୟ କରିବାକୁ ପଡିବ। ଏହା ପ୍ରକୃତରେ ଖୁବ୍ କଷ୍ଟଦାୟକ ସତ।’

India.com

ଉଲ୍ଲେଖଯୋଗ୍ୟ, ଆଦିତ୍ୟ ଓ ଶ୍ବେତାଙ୍କର ୨୦୧୦ ମସିହାରେ ସେମାନଙ୍କ ଡେବ୍ୟୁ ଫିଲ୍ମ ‘ସାପିଥ୍‌’ ସୁଟିଂ ସମୟ‌ରୁ ପ୍ରେମ ସଂପର୍କ ଅ‌ାରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ସଂପର୍କକୁ ନିଭାଇବା ପରେ ଏବେ ସେ ଦୁହେଁ ବିବାହ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର