ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଗୁଞ୍ଜନ ସକ୍ସେନାଙ୍କ ଚରିତ୍ରରେ ଜାହ୍ନବୀ ,ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଫିଲ୍ମ ଧଡ଼କରୁ ଡ଼େବ୍ୟୁ କରିଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ନାଁ ତଖ୍‌ତ ଥିବା ବେଳେ ସେ ଏଥିରେ ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଗୁଞ୍ଜନ ସକ୍ସେନାଙ୍କ ଭୂମିକାରେ ନଜର ଆସିବେ । ଯାହାର ପ୍ରଥମ ଲୁକ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜାହ୍ନବୀ ଫ୍ଲାଇଟ୍‌ ଲେପ୍ଟନାଣ୍ଟ ପୋଷାକରେ ନଜର ଆସୁଛନ୍ତି ।

 

 

ସୂଚନା ମୁତାବକ, ଜାହ୍ନବୀଙ୍କ ଆଗାମୀ ଫିଲ୍ମ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ । ଗୁଞ୍ଜନ ୧୯୯୯ ମସିହାରେ ହୋଇଥିବା କାର୍‌ଗିଲ ଯୁଦ୍ଧରେ ପ୍ରଥମ ଭାରତୀୟ ମହିଳା ଆଇଏଏଫ୍‌ ପାଇଲଟ ଅଧିକାରୀ ଥିଲେ । ଯୁଦ୍ଧ ସମୟରେ ସେ ଆହତଙ୍କୁ ଡ଼ାକ୍ତରଖାନା ପହଞ୍ଚାଇବାରେ ସାହାଯ୍ୟ କରିବା ସହ ଶତ୍ରୁଙ୍କୁ ଖୁବ୍‌ ସାହସର ସହ ସାମ୍ନା କରିଥିଲେ । ଏହି ଯୁଦ୍ଧ ସମୟରେ ଗୁଞ୍ଜନ ଶତ୍ରୁ ସହ ଲଢ଼ି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ତାଙ୍କ ସାହସିକତାକୁ ଦେଖି ତାଙ୍କୁ ସୂର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା । ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ ବିକି କୌଶଲ ନଜର ଆସୁଥିବା ବେଳେ ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ସ୍ଥିର ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର