ବଲିଉଡର ଶାଶୁ-ବୋହୂଙ୍କ ଭିତରୁ ଜଣେ ଲୁଚାଇଥିଲେ ଏକଥା

ମୁମ୍ବାଇ: ବଲିଉଡରେ ଅନେକ କଥା ଲଚାଇବାକୁ ଚେଷ୍ଟା କରନ୍ତି ନାୟିକାମାନେ। ସେମାନେ ନିଜର ଗର୍ଭଧାରଣ କଥାକୁ ବି ଜଣାଇ ନଥାନ୍ତି। ଏମିତି କଥା ଶାଶୁ –ବୋହୂଙ୍କ କ୍ଷେତ୍ରରେ ଘଟିଥିଲା। ଏମାନେ ହେଲେ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।
ଜୟା ବଚ୍ଚନ ୧୯୭୫ରେ ମୁକ୍ତିଲାଭ କରିଥିବା ସୁପର ହିଟ୍‌ ଫିଲ୍ମ ‘ଶୋଲେ’ର ସୁଟିଂ ସମୟରେ ଥିଲେ ତିନି ମାସର ଗର୍ଭବତୀ, ଏଥିପାଇଁ ସେ ନିଜର ବେବି ବଂପ୍‌ ଲୁଚାଇବା ଲାଗି ସିନେମାରେ ଶରୀରକୁ ଲୁଚାଇ ରଖିଥିଲେ । ଏପରିକି ‘ଶୋଲେ’ର ପ୍ରମିଅର୍‌ ବେଳେ ବି ସେ ଏହି କଥା କାହାରିକୁ ଜଣାଇବ ନଥିଲେ। ସେତେବେଳେ ଅଭିଷେକ ବଚ୍ଚନ ଜୟାଙ୍କ ଗର୍ଭରେ ଥିଲେ ।

photo-youtube

ଠିକ୍‌ ସେହିପରି ୨୦୧୨ରେ ରିଲିଜ୍‌ ହୋଇଥିବା ପ୍ରଖ୍ୟାତ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ସିନେମା ‘ ହିରୋଇନ୍‌’ ରେ ପ୍ରଥମେ ଲିଡ ରୋଲରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିଆ ଯାଇଥିଲା , ହେଲେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବା ସମୟରେ ସେ ଗର୍ଭବତୀ ହୋଇ ଯାଇଥିଲେ । ଏଣୁ ନିର୍ଦ୍ଦେଶକ ଐଶ୍ୱର୍ଯ୍ୟାଙ୍କୁ ଆଉଟ୍‌ କରି କରିନା କପୁରଙ୍କୁ ନେଇ ‘ହିରୋଇନ୍‌’ ର ନିର୍ମାଣ କରିଥିଲେ । ସେ କିନ୍ତୁ ଏହାକୁ ଲୁଚାଇ ରଖିବାରେ ସକ୍ଷମ ହୋଇ ନଥିଲେ।

ସମ୍ବନ୍ଧିତ ଖବର