ଜୟୀଙ୍କର ପ୍ରଥମ ଦିନର ଖୁସି ତୃତୀୟ ଦିନରେ ଫିକା ପଡ଼ିଥିଲା

କଟକ: ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଗୌର ଘୋଷ ଜୟୀଙ୍କୁ‘ସ୍ତ୍ରୀ’ଫିଲ୍ମରେ ପ୍ରଥମ ସୁଯୋଗ ଦେଇଥିଲେ।‘ସ୍ତ୍ରୀ’ରେ ଜୟୀ ସମ୍ରାଟ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ତାଙ୍କର ଗୋଟିଏ ମାତ୍ର ସିନ୍‌ ରହିଥିଲା,ଯେଉଁଥିରେ କି ସେ ଅନ୍ୟ ହାସ୍ୟାଭିନେତାମାନଙ୍କ ସହିତ ଅଭିନୟ କରିଥିଲେ।ଏହି ସନ୍‌ଟିର ସୁଟିଂ ମାତ୍ର ଗୋଟିଏ ଦିନରେ ଶେଷ ହୋଇଥିଲା ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ରୁ ଅଭିନୟ ଆରମ୍ଭ କରିଥିବା ଜୟୀ ରଙ୍ଗମଞ୍ଚରେ ନିଜର ପ୍ରତିଭା ପ୍ରମାଣିତ କରିବା ପରେ ସିନେମାରେ ଅଭିନୟ ପାଇଁ ଆଗ୍ରହୀ ଥିଲେ।ସେହି କାରଣରୁ ସେ ଉତ୍କଣ୍ଠାର ସହ ଅପେକ୍ଷା କରିଥା’ନ୍ତି ‘ସ୍ତ୍ରୀ’ର ମୁକ୍ତଲାଭ ତାରିଖକୁ। ବେଶ୍‌ କିଛି ଦିନର ପ୍ରତୀକ୍ଷା ପରେ କଟକର ପ୍ରଭାତ ସିନେମାରେ ମୁକ୍ତିଲାଭ କଲା ଫିଲ୍ମ ‘ସ୍ତ୍ରୀ’। ପ୍ରିମିୟର୍‌ ସୋ’ରେ ପରଦା ଉପରେ ନିଜକୁ ଦେଖି ଖୁବ୍‌ ଆନନ୍ଦିତ ହୋଇଥିଲେ ଜୟୀ। ସେ ଲକ୍ଷ୍ୟ କରିଥିଲେଯେ,ତାଙ୍କ ଅଭିନୀତ ସିନ୍‌ରେ ଦର୍ଶକମାନେ ତାଳି ବଜାଉଛନ୍ତି।

ପ୍ରିମିୟର୍‌ରୁ ଫେରି ଉତ୍‌ଫୁଲ୍ଲିତ ଜୟୀ‘ ସ୍ତ୍ରୀ’ରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁିଛନ୍ତି ବୋଲି ସାଙ୍ଗସାଥୀମାନଙ୍କୁ କହି ବୁଲିଥିଲେ। ଆଉ ସାଙ୍ଗମାନେ ତାଙ୍କୁ ସିନେମା ଦେଖାଇବା ପାଇଁ ଅଡ଼ି ବସିଲେ। ସେ ବା ମନା କେମିତି କରନ୍ତେ?‘ bସ୍ତ୍ରୀ’ ରିଲିଜ୍‌ ହେବାର ଠିକ୍‌ ଦୁଇଦିନ ପରେ ଚାରିଟି ଟିକେଟ୍‌ କାଟି ସାଙ୍ଗମାନଙ୍କ ଗହଣରେ ସିନେମା ହଲ୍‌ରେ ବସିଲେ। କାଷ୍ଟିଂରେ ଜୟୀଙ୍କ ନାମ ଲେଖାଥିବା ସାଙ୍ଗମାନେ ଦେଖିବାକୁ ପାଇଲେ କିନ୍ତୁ ସିନେମା ସରିଗଲା ପଛେ କୌଣସି ଦୃଶ୍ୟରେ ଜୟୀ ଦେଖିବାକୁ ମିଳିଲେ ନାହିଁ। ପରେ ଜାଣିବାକୁ ପାଇଲେ ଏହି ସିନକୁ କାଟି ଦିଆଯାଇଛି।

ସମ୍ବନ୍ଧିତ ଖବର