‘ବଟାଲା ହାଉସ୍‌’ର ସ୍କ୍ରିନିଙ୍ଗ୍‌ ପରେ ଜନ୍‌ଙ୍କୁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳିବା ଦରକାର ବୋଲି ଦାବି କଲେ ପ୍ରଶଂସକ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ବଟାଲା ହାଉସ୍‌ ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ରିଲିଜ୍‌ ହେବାକୁ ଯାଉଛି । ତେବେ ମଙ୍ଗଳବାର ଏହାର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ରଖାଯାଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଜଣାପଡ଼ିଛି । ସ୍କ୍ରିନିଙ୍ଗ ସମୟରେ ବିଭିନ୍ନ ବଲିଉଡ୍‌ କଳାକାର ଓ ଫିଲ୍ମ ସମୀକ୍ଷକ ଉପସ୍ଥିତ ଥିବା ବେଳେ ସମୀକ୍ଷକମାନେ ଟୁଇଟ୍‌ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

Image result for batla-house
India Today

ଫିଲ୍ମକୁ ୫ଷ୍ଟାରରୁ ୪.୫ଷ୍ଟାର ଦିଆଯାଇଥିବା ବେଳେ ଏହା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’କୁ କଡ଼ା ଟକ୍କର ଦେବ ବୋଲି ମତ ରଖିଛନ୍ତି ସମୀକ୍ଷକ । ଏହା ସହ ଫିଲ୍ମରେ ଅଭିନେତା ଜନ୍‌ ଆବ୍ରାହମ୍‌ ଯେଉଁଭଳି ଭାବେ ଅଭିନୟ କରିଛନ୍ତି ତାଙ୍କୁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳିବା ଦରକାର ବୋଲି ତାଙ୍କ ପ୍ରଶଂସକମାନେ ଦାବି କରିଛନ୍ତି । ଏହା ସହ ଧାରାବହିକରୁ ଚଳଚ୍ଚିତ୍ର ଜଗତକୁ ଯାଇଥିବା ଅଭିନେତ୍ରୀ ମୃଣାଲ ଠାକୁରଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଇଛି । ଫିଲ୍ମଟି ୨୦୦୮ରେ ଦିଲ୍ଲୀର ଜାମିୟା ନଗରରେ ହୋଇଥିବା ବିବାଦୀୟ ଏନକାଉଣ୍ଟର ଉପରେ ଆଧାରିତ।

ସମ୍ବନ୍ଧିତ ଖବର