‘ଜୁଲି-୨’ ରିଲିଜ୍ ହେବା ପୂର୍ବରୁ ସିନେମାର ଏକ ଅନ୍ତରଙ୍ଗ ଦୃଶ୍ୟ ଇଣ୍ଟରନେଟରେ ଲିକ୍ ହେଲା , ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ନାୟିକା ରାୟଲକ୍ଷ୍ମୀ
ମୁମ୍ବାଇ: ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଦୀପକ ଶିବଦାସନୀଙ୍କ ନୂଆ ସିନେମା ‘ଜୁଲି-୨’ ରିଲିଜ୍ ହେବା ପୂର୍ବରୁ ସିନେମାର ଏକ ଅନ୍ତରଙ୍ଗ ଦୃଶ୍ୟ ଇଣ୍ଟରନେଟରେ ଲିକ୍ ହୋଇଯାଇଛି। ଏଥିରେ ନାୟକ- ନାୟିକାଙ୍କ ଏକ ହଟ୍ ସିନ୍ ପଦାକୁ ଆସିଛି। ସାଉଥ୍ ସେନସେସନ୍ ରାୟଲକ୍ଷ୍ମୀ ଏହି ସିନେମା ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳିଏକ ଅନ୍ତରଙ୍ଗ ଦୃଶ୍ୟ ଇଣ୍ଟରନେଟରେ ଲିକ୍ ହେଲାପରେ ଏହାକୁ ନେଇ ପ୍ରତିକ୍ରିୟା ରଖି ନାୟିକା ରାୟଲକ୍ଷ୍ମୀ ଟୁଇଟ୍ କରି ଜଣାଇଛନ୍ତି ଯେ ‘ ଫିଲ୍ମ ରିଲିଜ୍ ହେବା ଆଗରୁ ଏଭଳି ହଟ୍ ସିନ୍ ଲିକ୍ ହେବା ଦେଖି ମୁଁ ଆଚମ୍ବିତ ଏହା ନିହାତି ନିର୍ବୋଧତା । ଆମ ଟିମ୍ ଏହା ଉପରେ ପଦକ୍ଷେପ ନେଉଛି ।’ ଏଠାରେ ସୂଚନାଯୋଗ୍ୟ ଯେ ‘ଜୁଲି-୨’ର କଥାବସ୍ତୁ ବିଗତ ଦିନର ନାୟିକା ନଗ୍ମାଙ୍କ ଉପରେ ଆଧାରିତ ବୋଲି କୁହାଯାଉଛି। ଏ ବିଷୟରେ ନିଜର ମତ ରଖି ରାୟଲକ୍ଷ୍ମୀ କହିଛନ୍ତି ଯେ ବିଗତ ଦିନର ନାୟିକା ନଗ୍ମାଙ୍କ ସହ ଏହାର କାହାଣୀରେ ସମାନତା ଅଛି ହେଲେ ଏହାକୁ ସଂପୂର୍ଣ୍ଣ ସତ ବୋଲି କୁହାଯାଇପାରିବ ନାହିଁ।