ଧାରା ୩୭୦ ଉଚ୍ଛେଦ ପରେ କେଆର୍‌କେଙ୍କ ଟୁଇଟ୍‌: ଆଗରୁ ମୋଦୀଙ୍କୁ ପସନ୍ଦ କରୁ ନ ଥିଲି, ଏବେ ପସନ୍ଦ କରୁଛି

ମୁମ୍ବାଇ : ସୋମବାର ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ଆଗତ ହେବା ପରେ ଦେଶବାସୀଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଛି। ଢ଼ୋଲ ବଜାଇ ମିଠା ବାଣ୍ଟି ସେମାନେ ନିଜ ଖୁସିକୁ ପାଳନ କରୁଥିବା ବେଳେ ଟୁଇଟ୍‌ କରି ଅନେକ ନେତା-କଳାକାର ନିଜର ଖୁସି ଜାହିର କରିଛନ୍ତି । ଏ ମଧ୍ୟରେ ନିଜର ଟୁଇଟ୍‌ ପାଇଁ ସବୁବେଳେ ବିବାଦରେ ରହୁଥିବା ଅଭିନେତା କମାଲ ଆର୍‌ ଖାନ୍‌ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କିନ୍ତୁ ପ୍ରତି ଥର ଭଳି ସେ ମୋଦୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ନ ଦେଇ ତାଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି ।

ସେ କରିଥିବା ଟୁଇଟ୍‌ରେ, ମୋତେ ମୋଦୀଙ୍କ ରାଜୁତି ପ୍ରଥମେ ପସନ୍ଦ ନ ଥିଲା । କାରଣ ସେ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରା କରୁ ନଥିଲେ । କିନ୍ତୁ ବର୍ତ୍ତମାନ ସେ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ନିଜ ପ୍ରତିଶ୍ରୁତି ପୂରା କରିଛନ୍ତି । ଯାହା ପାଇଁ ମୁଁ ଏବେ ତାଙ୍କୁ ପସନ୍ଦ କରୁଛି। ଯଦି ସେ ରାମ ମନ୍ଦିର ତିଆରି କରିବାର ପ୍ରତିଶ୍ରୁତି ପୂରା କରିଦେବେ ମୁଁ ତାଙ୍କୁ ଭଲ ପାଇବା ଆରମ୍ଭ କରିବି ବୋଲି ଲେଖିଛନ୍ତି କେଆର୍‌କେ।

ସମ୍ବନ୍ଧିତ ଖବର