ଦଶମ ଶ୍ରେଣୀର ମାର୍କସିଟ୍ ସେୟାର କରି ପିଲାମାନଙ୍କୁ ପ୍ରେରଣା ଦେଲେ ଚେତନ ଭଗତ : ଖଣ୍ଡେ କାଗଜ ତୁମକୁ ଆକଳନ କରିପାରିବ ନାହିଁ
ନୂଆଦିଲ୍ଲୀ : ନିଜର ଉପନ୍ୟାସ ପାଇଁ ଆଜି ଚର୍ଚ୍ଚାରେ ଚେତନ ଭଗତ । ସେ ଲେଖିଥିବା ଉପନ୍ୟାସକୁ ନେଇ ଅନେକ ବଲିଉଡ୍ ଫିଲ୍ମ ମଧ୍ୟ ହୋଇ ସାରିଛି । ତେବେ ନିଜର ଉଚ୍ଚକୋଟିର ଲେଖା ପାଇଁ ସେ ଯେତିକି ଚର୍ଚ୍ଚିତ ହୋଇଛନ୍ତି ନିଜ ବିବାଦୀୟ ବୟାନ ପାଇଁ ମଧ୍ୟ ସେ ସେତିକି ବିବାଦରେ ଛନ୍ଦି ହୋଇଛନ୍ତି । କିନ୍ତୁ ଏବେ ସେ ଯେଉଁ ଟୁଇଟ୍ କରିଛନ୍ତି, ତାହା ଛାତ୍ର-ଛାତ୍ରୀମାନଙ୍କ ପାଇଁ ପ୍ରେରଣା ପାଲଟିବା ସହ ଚେତନ ଲୋକମାନଙ୍କ ପ୍ରଶଂସାର ପାତ୍ର ପାଲଟି ପାରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ଦଶମ ଶ୍ରେଣୀର ମାର୍କସିଟ୍ର ଫଟୋ ସେୟାର କରି ଲେଖିଛନ୍ତି, “ମୋର ଦଶମ ଶ୍ରେଣୀର ମାର୍କସିଟ୍ । ସେତେବେଳେ ମୁଁ ୭୬ପ୍ରତିଶତ ମାର୍କ ରଖିଥିଲି । ମୋର ମନେ ଅଛି, କାଗଜର ଏଇ ଗୋଟେ ଖଣ୍ଡ ସେତେବେଳେ କେତେ ମହତ୍ତ୍ୱପୂର୍ଣ୍ଣ ଥିଲା । ୧୫ବର୍ଷ ବୟସରେ ମୁଁ ମଧ୍ୟମ ଧରଣର ପାଠ ପଢ଼ୁଥିବା ଛାତ୍ର ବୋଲି ଲେଖି ଦିଆଯାଇଥିଲା । କିନ୍ତୁ ଆଜି ଏହାର କୌଣସି ଗୁରୁତ୍ୱ ନାହିଁ । ମୁଁ ଖୁସି କି, ଏହାକୁ ମୁଁ ମୋର ବିଶ୍ୱାସ ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇବାକୁ ଦେଲି ନାହିଁ । କାଗଜର ଗୋଟେ ଖଣ୍ଡ ଆପଣଙ୍କୁ କେବେ ହେଲେ ଆକଳନ କରି ପାରିବ ନାହିଁ” ବୋଲି ଲେଖିଥିଲେ ଚେତନ ।
My class X mark sheet. Aggregates to 76%. I remember how powerful this piece of paper felt. I was 15, but written off – as the average student. Today, this is irrelevant. And I’m glad I didn’t let this affect my belief in my capabilities. No one piece of paper can define you. pic.twitter.com/zlm6hiGece
— Chetan Bhagat (@chetan_bhagat) August 3, 2019
ତାଙ୍କର ଏଭଳି ଟୁଇଟ୍ ଆସିବା ପରେ ଲୋକେ ତାଙ୍କର ଶେଷ ଧାଡ଼ିକୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏହା ସହ ଏଭଳି ଟୁଇଟ୍ କରି ଛାତ୍ର-ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିବାରୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି ।