ସରୋଗେସି ପ୍ରକ୍ରିୟାରେ ମା’ ହୋଇଥିବାରୁ ଶିଳ୍ପାଙ୍କୁ ଟାର୍ଗେଟ କଲେ ରଙ୍ଗୋଲି, ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଦେଲେ ପରାମର୍ଶ

ମୁମ୍ବାଇ: ଦ୍ବିତୀୟ ଥର ପାଇଁ ମାଆ-ବାପା ବନିଛନ୍ତି ବଲିଉଡ୍‌ ସୁନ୍ଦରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା। ପୂର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଶିଳ୍ପା ପୁଣି ଥରେ ସରୋଗେସିି ପ୍ରକ୍ରିୟାରେ ଏକ କନ୍ୟା ସନ୍ତାନକୁ ସ୍ବାଗତ କରିଛନ୍ତି। ଗତକାଲି ଏହି ଖବରଟି ସାମ୍ନାକୁ ଆସିବା ସହ ଶିଳ୍ପାଙ୍କ ପରିବାର ଲୋକ କନ୍ୟାଟିର ନାମ ସମିଶା ସେଟ୍ଟୀ କୁନ୍ଦ୍ରା ଦେଇଥିବା ଜଣା ପଡ଼ିଥିଲା। ତେବେ ଶିଳ୍ପା ସରୋଗେସିି ପ୍ରକ୍ରିୟାରେ କନ୍ୟା ସନ୍ତାନକୁ ଜନ୍ମ ଦେବା କଥା ଜାଣିବା ପରେ ଟୁଇଟ୍ କରି ଏହାକୁ ବିରୋଧ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ। ଦୁଇଟି ଟୁଇଟ୍ କରି ସେ ସରୋଗେସିକୁ ବିରୋଧ କରିଛନ୍ତି।

ପ୍ରଥମ ଟୁଇଟରେ ସେ ଲେଖିଛନ୍ତି, ମୋ‌ର ଗୋଟେ ସନ୍ତାନ ରହିଛି। କିନ୍ତୁ ମୁଁ ଏବଂ ମୋ ସ୍ବାମୀ ଆଉ ଏକ ସନ୍ତାନ ଚାହୁଥିବାରୁ ସରୋଗେସି ପ୍ରକ୍ରିୟା ନ ଆପଣାଇ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ଅନ୍ୟ ଦମ୍ପତ୍ତିମାନଙ୍କୁ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପରାମର୍ଶ ଦେବି। ଯେଉଁ ପିଲାମାନେ ଏ ଦୁନିଆକୁ ଆସି ମାତା-ପିତାଙ୍କ ସ୍ନେହ ଓ ଭଲପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କର ସେହି ଅଭାବକୁ ଦୂର କରିବା ଦରକାର।

ନିଜର ଦ୍ବିତୀୟ ଟୁଇଟରେ ସେ ଲେଖିଛନ୍ତି, ମୋ ଭଉଣୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ନେଇ ମୋତେ ଉପଦେଶ ଦେଇଥିଲେ। ଅଜୟ ଏବଂ ମୁଁ ସବୁ କାଗଜପତ୍ର କାମ କରି ସାରିଛୁ। ଆଶା କରୁଛୁ କି, କିଛି ମାସ ମଧ୍ୟରେ ଆମ ସହ ଆମ ଝିଅ ଥିବ। କଙ୍ଗନା ଝିଅର ନାମକରଣ ‘ଗଙ୍ଗା’ ବୋଲି କରିସାରିଛି।

ତାଙ୍କର ଏଭଳି ଟୁଇଟ୍ ସାମ୍ନାକୁ ଆସିବା ପରେ ସେ ଶିଳ୍ପାଙ୍କ ସରୋଗେସିି ପ୍ରକ୍ରିୟାରେ କନ୍ୟା ସନ୍ତାନ ପାଇବାକୁ ବିରୋଧ କରୁଥିବା ସ୍ପଷ୍ଟ ଜଣା ପଡ଼ୁଛି।

ସମ୍ବନ୍ଧିତ ଖବର