ସହାନୁଭୂତି ସାଉଁଟିବାକୁ କଙ୍ଗନାଙ୍କ ବ୍ୟକ୍ତିଗତ ଏଜେଣ୍ଡା: ସୋନା ମହାପାତ୍ର

ମୁମ୍ବାଇ:  ବାରମ୍ବାର ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ମୁହଁ ‌ଖୋଲିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସୋନା କହିଛନ୍ତି, ଦିନ ଥିଲା ମୁଁ କଙ୍ଗନାଙ୍କୁ ସମର୍ଥନ କରୁଥିଲି, ସେ ସଫଳତା ପାଇବା ପୂର୍ବରୁ ବି ତାଙ୍କ ସମର୍ଥନରେ ଠିଆ ହେଉଥିଲି। କିନ୍ତୁ ଧୀରେଧୀରେ କଙ୍ଗନା ଜଣେ ରାକ୍ଷଷ ସ୍ବଭାବର ମଣିଷରେ ପରିଣତ ହେଲେଣି। ଆଜି କଙ୍ଗନା ଯେଉଁ କଥା ସବୁକୁ ନେଇ ଅଭିଯୋଗ ଆଣୁଛନ୍ତି, ଦିନ ଥିଲା କଙ୍ଗନା ସେହିଭଳି ହିଁ ଥିଲେ। ଅନ୍ୟମାନଙ୍କ ବିରୋଧରେ ବାରମ୍ବାର ବିବାଦୀୟ ବୟାନ ଦେଇ ସେ ସମସ୍ତଙ୍କ ସମ୍ମାନହାନୀ କରୁଛନ୍ତି। ଦର୍ଶକଙ୍କ ସହାନୁଭୂତି ପାଇବା ପାଇଁ ସେ ଏଭଳି ଏକ ବ୍ୟକ୍ତିଗତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି। ସୋନା କହିଛନ୍ତି, କଙ୍ଗନା ବୋଧହୁଏ ନିଜକୁ ପ୍ରତିଟି ବିଷୟବସ୍ତୁର ପ୍ରତିନିଧିତ୍ବ କରୁଥିବା ଭାବୁଛନ୍ତି।

ସମ୍ବନ୍ଧିତ ଖବର