ଆରମ୍ଭ ହେବ ଟିସିଏସ୍‌ ଆଇଅନ୍‌ ଗ୍ଲାସ୍ ରୁମ୍ ଓ କ୍ୟାରିଅର୍ ଏଜ୍

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଜିଟାଲ ପଦକ୍ଷେପଗୁଡ଼ିକୁ ଆହୁରି ଉନ୍ନତ କରିବା ପାଇଁ ଟାଟା କନ୍ସଲଟାନ୍ସ ସର୍ଭିସେସ୍(ଟିସିଏସ୍) ସହଯୋଗରେ ୧୦୧ ଉତ୍କର୍ଷ ବିଦ୍ୟାଳୟ, ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ପାଇଁ ଟିସିଏସ୍‌ ଆଇଅନ୍‌ ଗ୍ଲାସ୍ ରୁମ୍ ଓ କ୍ୟାରିଅର୍ ଏଜ୍ ଆରମ୍ଭ କରୁଛି। ଟିସିଏସ୍‌ ଆଇଅନ୍‌ ଡିଜିଟାଲ୍ ଗ୍ଲାସ୍ ରୁମ୍ ଦ୍ବାରା ବିଦ୍ୟାଳୟଗୁଡ଼ିକ ପାଇଁ ଏକ ୱେବ୍ ଆଧାରିତ ଡିଜିଟାଲ୍ ଶିକ୍ଷା ପ୍ଲାଟଫର୍ମ, ପୋଲ୍, ବିତର୍କ ପରି ଇଣ୍ଟରଆକ୍ଟିଭ୍ ପଦ୍ଧତି ବ୍ୟବହାର କରାଯାଇପାରିବ। ବିଦ୍ୟାଳୟଗୁଡ଼ିକ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ, ଭିଡିଓ, ୱାର୍କସିଟ୍, ଆସାଇନମେଣ୍ଟ, ମୂଲ୍ୟାଙ୍କନ ଅପଲୋଡ୍ ଓ ବାଣ୍ଟିପାରିବେ। ଶିକ୍ଷକମାନଙ୍କ ପାଇଁ କ୍ୟାରିଅର୍ ଏଜ୍ ହେଉଛି ଏକ ୧୫ ଦିନିଆ ମାଗଣା ପାଠ୍ୟକ୍ରମ। ଯାହାକି ଶିକ୍ଷକଙ୍କୁ ବିଭିନ୍ନ ଡିଜିଟାଲ୍ ଉପକରଣ ଓ ଶିକ୍ଷାଦାନ ବିଷୟରେ ଜାଣିବା ପାଇଁ ତାଲିମ ଦେବ ଏବଂ ସଶକ୍ତ କରିବ। ପାଠ୍ୟକ୍ରମ ସ୍ୱୟଂ ଗତିଶୀଳ ଓ ଶିକ୍ଷକମାନେ ନିଜ ସମୟରେ ସଂପୂର୍ଣ୍ଣ କରିପାରିବେ।

ସମ୍ବନ୍ଧିତ ଖବର