ଫିଲ୍ମ ‘ଗଦ୍ଦର’ର ରେକର୍ଡ ଭାଙ୍ଗିଲା ‘କାନ୍ତାରା’

ମୁମ୍ବାଇ: ଋଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ୮ ସପ୍ତାହ ଧରି ବକ୍ସଅଫିସରେ ଧୁମ ମଚେଇଥିବାବେଳେ ଏହି ଚଳଚ୍ଚିତ୍ର ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗୁଛି। ‘କାନ୍ତାରା’ ବର୍ତ୍ତମାନ ଫିଲ୍ମ ‘ଗଦ୍ଦର’ର ୨୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ଫିଲ୍ମ ଅଷ୍ଟମ ସପ୍ତାହରେ ୧୨.୭୦ କୋଟି ଟଙ୍କା ରୋଜଗାର କରିଛି, ଯାହା ‘ଗଦ୍ଦର’ଠାରୁ ସାତ କୋଟି ଟଙ୍କା ଅଧିକ | ଭାରତୀୟ ବକ୍ସ ଅଫିସରେ ଫିଲ୍ମର ମୋଟ ସଂଗ୍ରହ ୩୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଏହି ଫିଲ୍ମ ବିଦେଶୀ ବକ୍ସ ଅଫିସରେ ୩୩ କୋଟି ଟଙ୍କା ରୋଜଗାର କରିଛି।

ଏହି ଚଳଚ୍ଚିତ୍ରଟି ସାରା ବିଶ୍ୱରେ ପ୍ରାୟ ୩୯୦ କୋଟି ସଂଗ୍ରହ କରିଛି | ବୁଧବାର ଦିନ ଏହା ଓଟିଟିରେ ରିଲିଜ ହୋଇଥିଲେ ବି ବଡ ପରଦାରେ ରୋଜଗାର ଜାରି ରଖିଛି |ଆସନ୍ତା ସପ୍ତାହ ଶେଷ ହେବା ପରେ ଏହି ଫିଲ୍ମ ୪୦୦ କୋଟି ଟଙ୍କା ଛୁଇଁବ ବୋଲି ଆଶା କରାଯାଉଛି। କର୍ଣ୍ଣାଟକରେ ଏହି ଚଳଚ୍ଚିତ୍ର ୧୭୧ କୋଟି ଟଙ୍କା ରୋଜଗାର କରିଛି, ଯାହା ବର୍ତ୍ତମାନ ‘କେଜିଏଫ୍ ୨’ ଠାରୁ ମାତ୍ର କିଛି ଲକ୍ଷ ପଛରେ ରହିଛି। ଚଳଚ୍ଚିତ୍ରର ଆଜିର ରୋଜଗାର ପରେ ଏହା ‘କେଜିଏଫ୍ ୨’ ର ରେକର୍ଡ ମଧ୍ୟ ଭାଙ୍ଗିବ |

କର୍ଣ୍ଣାଟକରେ ‘କେଜିଏଫ୍ ୨’ ଯେଉଁଭଳି ପ୍ରଦର୍ଶନ କରିଥିଲା, ସେହି ରେକର୍ଡ ଭାଙ୍ଗିବାକୁ ଏହି ଫିଲ୍ମକୁ ବେଶୀ ସମୟ ଲାଗିବନି ବୋଲି ସିନେ ସମୀକ୍ଷକମାନେ କହିଛନ୍ତି | ‘କାନ୍ତାରା’ କର୍ଣ୍ଣାଟକରେ ୧୭୧ କୋଟି ଟଙ୍କା ସଂଗ୍ରହ କରିଛି | ତାମିଲନାଡୁରେ ଫିଲ୍ମର ଆୟ ୧୧.୨୫ କୋଟି ଟଙ୍କା ଥିଲା। କେରଳରେ ୧୮.୨୫ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଉତ୍ତର ଭାରତରେ ଫିଲ୍ମ ୯୭.୫୦ କୋଟି ଟଙ୍କା ରୋଜଗାର କରିଛି |

ସମ୍ବନ୍ଧିତ ଖବର