ଏହି କାରଣରୁ କଙ୍ଗନାଙ୍କ ସହ କାମ କରୁନାହାନ୍ତି କରଣ ଜୋହର

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଓ ନିର୍ଦ୍ଦେଶକ କରଣ ଜୋହରଙ୍କୁ ଦୃଷ୍ଟିକୁ ନେଲେ ସେ ଦୁହିଁଙ୍କ ଭିତରେ ଏକ ତିକ୍ତ ସଂପର୍କ ରହିଛି ବୋଲି ଦେଖିବାକୁ ମିଳେ। କାରଣ ହେଉଛି ଗୋଟିଏ ଥର କଙ୍ଗନା କରଣଙ୍କ ଚାଟ୍‌ ସୋ’ ‘କଫି ଉଇଥ୍‌ କରଣ’ରେ କରଣଙ୍କୁ ସେ ପ୍ରିୟପ୍ରୀତି ତୋଷଣ କରୁଥିବା କହି ସମାଲୋଚନା କରିଥିବାର ଦେଖିବାକୁ ମିଳିଥିଲା। ସେ ଆହୁରି ବି କହିଥିଲେ କି କରଣ ଇଣ୍ଡଷ୍ଟ୍ରି ବାହାରେ ଜଣେ ଅସହିଷ୍ଣୁ ବ୍ୟକ୍ତି।

ମାତ୍ର ଦୁଇ ବର୍ଷ ପରେ ଦୁହିଁଙ୍କ ଭିତରୁ ତିକ୍ତତା ପ୍ରାୟ କମି ଆସିଲାଣି ବୋଧେ। କରଣ କଙ୍ଗନାଙ୍କୁ ନେଇ ଚଳଚ୍ଚିତ୍ର କରିବାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ କରଣଙ୍କୁ କଙ୍ଗନାଙ୍କୁ ନେଇ କାହିଁକି ଏତେ ବର୍ଷ ହେଲା ଚଳଚ୍ଚିତ୍ର କରିନାହାନ୍ତି ବୋଲି ଏକ ପ୍ରଶ୍ନ ପଚରା ଯାଇଥିଲା। ତାହାର ଉତ୍ତରରେ କରଣ କହିଛନ୍ତି କି ଏତେ ବର୍ଷ ଭିତରେ କେଉଁ ବି ଚଳଚ୍ଚିତ୍ରର ଅଭିନେତା ନାୟିକା ଭାବେ କଙ୍ଗନାଙ୍କ ନାମ ସୁପାରିସ କରିନଥିଲେ। ସେହି କାରଣରୁ ସେ କଙ୍ଗନାଙ୍କ ସହ ଦୀର୍ଘ ବର୍ଷ ହେବ କୌଣସି ଚଳଚ୍ଚିତ୍ର କରିନାହାନ୍ତି।

ସମ୍ବନ୍ଧିତ ଖବର