କରୀନା ସଫା ସଫା କହିଦେଲେ କେବେ ବି ସାରା ଓ ଇବ୍ରାହିମ୍‌ଙ୍କର ମାଆ ହୋଇପାରିବେନି

ମୁମ୍ବାଇ: ସମସ୍ତଙ୍କୁ ଜଣା ଯେ,ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ  ଅମୃତା ସିଂହଙ୍କ ସନ୍ତାନ ସାରା ଅଲ୍ଲୀ ଖାନ୍‌ ଏବଂ ଇବ୍ରାହିମ୍‌ ଖାନ୍‌ଙ୍କ ସହିତ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କର ସଂପର୍କ ଖୁବ୍‌ ନିବିଡ଼ ଅଟେ। ଯେଉଁ କାରଣକୁ ନେଇ କପୁର୍‌ ପରିବାରର ଯେକୌଣସି ପାର୍ଟିରେ ହେଉନା କାହିଁକି ଏହି ଦୁଇ ଭାଇଭଉଣୀକୁ କରୀନାଙ୍କ ସହିତ ଦେଖାଯାଇଥାଏ।

ତେବେ ଏହି ନିକଟରେ ସୈଫ୍‌ ଓ ଅମୃତାଙ୍କର ବଡ଼ ଝିଅ ସାରା କଲର୍ସରେ ପ୍ରସାରିତ ହେଉଥିବା ଟକ୍‌ ସୋ’ ‘କଫି ଓ୍ଵିଥ୍‌ କରଣ୍‌’ରେ କରୀନାଙ୍କୁ ନେଇ ଏକ ଖୁଲାସା କରିଛନ୍ତି। ଯେଉଁଥିରେ ସାରା କହିଛନ୍ତି କି ସେ ଯଦି କରୀନାଙ୍କୁ ତାଙ୍କର ଛୋଟି ମା’ ବୋଲି ସମ୍ବୋଧନ କରିବେ,ତେବେ କରୀନା ସଂଗେସଂଗେ ବେହୋସ ହୋଇଯିବେ। ତେବେ ସାରାଙ୍କର ଏହି କଥାକୁ ନେଇ ବେଶ୍‌ ଚମତ୍କାରିତାର ସହିତ ଉତ୍ତର ଦେଇଛନ୍ତି ଅଭିନେତ୍ରୀ କରୀନା । ଏଥିସହିତ କରୀନା କହିଛନ୍ତି କି ସେ ସାରା ଆଉ ଇବ୍ରାହିମ୍‌ଙ୍କର ମା’ ହୋଇପାରିବେ ନାହିଁ ବୋଲି ପତି ସୈଫ୍‌ଙ୍କୁ ପୂର୍ବରୁ ହିଁ ସଫା ସଫା କହିସାରିଛନ୍ତି।

ଏହାର କାରଣରେ ଉଭୟ ସାରା ଓ ଇବ୍ରାହିମ୍‌ଙ୍କ ପାଖରେ ଅମୃତାଙ୍କ ଭଳି ବହୁତ ହିଁ ଭଲ ମା’ ଥାଉ ଥାଉ ସେ ତାଙ୍କର ମା’ ହୋଇପାରିବେ ନାହିଁ ବୋଲି କହିଛନ୍ତି କରୀନା।  ବେବୋ ଅମୃତାଙ୍କର ପ୍ରଶଂସା କରିବାକୁ ଯାଇ ସେ ତାଙ୍କ ପିଲାମାନଙ୍କୁ ବହୁତ ଭଲ ଭାବେ ଲାଳନ ପାଳନ କରିବା ସହିତ ଭଲ ସଂସ୍କାର ଦେଇଥିବା ବି ପ୍ରକାଶ କରିଛନ୍ତି। ଫଳରେ ଅଭିନେତ୍ରୀ କରୀନା ଉଭୟ ସାରା ଓ ଇବ୍ରାହିମ୍‌ଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ବନ୍ଧୁ ଭଳି ସାଥ୍‌ ଦେବେ ବୋଲି ସ୍ୱାମୀ ସୈଫ୍‌ଙ୍କୁ କହିଛନ୍ତିି।

ସମ୍ବନ୍ଧିତ ଖବର