କେବଳ ଶାହିଦ୍ କପୁରଙ୍କ ପାଇଁ ହିଁ ଜନ୍ମ ହୋଇ ପାରିଥିଲେ ଇଶାନ ଖଟ୍ଟର, ଜାଣନ୍ତୁ କେମିତି?
ମୁମ୍ବାଇ : କଫି ଉଇଥ୍ କରଣ-୬ରେ ନଜର ଆସିଥିଲେ ବଲିଉଡ୍ର ଦୁଇ ହ୍ୟାଣ୍ଡସମ୍ ହଙ୍କ୍ ବଡ଼େମିଆଁ ଶାହିଦ୍ କପୁର ଏବଂ ଛୋଟେମିଆଁ ଇଶାନ ଖଟ୍ଟର । ଦୁହେଁ କରଣଙ୍କ ଓଲଟାପାଲଟା ପ୍ରଶ୍ନର ସିଧା ଉତ୍ତର ଦେଇ କରଣଙ୍କୁ ଚୁପ୍ କରାଇଥିଲେ । ଏହି ସୋ’ରେ ଯୋଗ ଦେଇ ଶାହିଦ୍ ଇଶାନଙ୍କ ଜନ୍ମକୁ ନେଇ ଏକ ବଡ଼ ରାଜ୍ର ଖୁଲାସା କରିଥିଲେ । ଇଶାନ ମୋ ପାଇଁ ଜନ୍ମ ବୋଲି କହିଥିଲେ ଶାହିଦ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ମା’ ଦ୍ୱିତୀୟ ବିବାହ କରିବା ପରେ ଆଉ ଗର୍ଭବତୀ ହେବାକୁ ଚାହୁଁ ନଥିଲେ। କିନ୍ତୁ ମୁଁ ତାଙ୍କୁ ମୋତେ ଭାଇ କି ଭଉଣୀ ଦେବା ପାଇଁ ବାଧ୍ୟ କରିଥିଲି । କିନ୍ତୁ ସେ ମୋତେ ମନା କରି ଦେଇଥିଲେ । ମୋତେ ତାଙ୍କୁ ରାଜି କରାଇବା ପାଇଁ ୨-୩ ବର୍ଷ ସମୟ ଲାଗିଥିଲା । ଯାହା ପରେ ମା’ ଗର୍ଭବତୀ ହେବା ପାଇଁ ରାଜି ହୋଇଥିଲେ । ମୋର ଏତେ ଚେଷ୍ଟା ପରେ ଇଶାନ ଏ ଦୁନିଆକୁ ଆସି ପାରିଥିଲେ ।