‘ବାହୁବଳୀ’ ପରି ଏହି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରଟି ଦୁଇ ଭାଗ ହେବ: ପ୍ରଥମ ଭାଗ ରିଲିଜ୍‌ ହେବା ପୂର୍ବରୁ ଦ୍ୱିତୀୟ ଭାଗରୁ ଅଧାରୁ ଅଧିକାଂଶ ସୁଟିଂ ହୋଇ ସାରିଲାଣି

ବିଜୟନଗରମ୍‌: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜମୌଲିଙ୍କ ଚଳଚ୍ଚିତ୍ର ‘ବାହୁବଳୀ’ ପରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କେଜିଏଚ୍‌’ର ମଧ୍ୟ ଦୁଇଟି ଭାଗ ହେବ। ଚଳଚ୍ଚିତ୍ରଟିକୁ ନେଇ ଦର୍ଶକଙ୍କ ଭିତରେ ବିଶେଷ ଉତ୍ସୁକତା ରହିଛି। ପ୍ରଥମ ଭାଗ ରିଲିଜ୍‌ ହେବା ପୂର୍ବରୁ ହିଁ ଚଳଚ୍ଚିତ୍ରର ଦ୍ୱିତୀୟ ଭାଗରୁ ଅଧାରୁ ଅଧିକାଂଶ ସୁଟିଂ ହୋଇ ସାରିଲାଣି। ଏକ୍ସେଲ୍‌ ଏଣ୍ଟରଟନ୍‌ମେଣ୍ଟର୍‌ ଏହି ଚଳଚ୍ଚିତ୍ରଟିରେ ରକି(ୟଶ୍‌)ଙ୍କ କାହାଣୀ ପ୍ରଦର୍ଶିତ କରାଯାଇଛି, ଯିଏକି ସଦା ସୁନା ପାଇବାର ପ୍ରୟାସରେ ରହିଥାଏ।

‘କେଜିଏଚ୍‌’ ଚଳଚ୍ଚିତ୍ରଟି ସୁନା ଖଣିର ଇତିହାସକୁ ନେଇ ତିଆରି କରାଯାଇଛି। ଏଥିରେ ସୁନା ଖଣି ବ୍ୟତୀତ ମାଫିଆ କାରବାର ବିଷୟରେ ବି ପ୍ରଦର୍ଶିତ କରାଯାଇଛି। ଚଳଚ୍ଚିତ୍ରଟି କନ୍ନଡା, ତାମିଲ୍‌, ତେଲ୍‌ଗୁ, ହିନ୍ଦୀ ଏବଂ ମାଲାୟାଲାମ ଭାଷାରେ ତିଆରି କରାଯାଇଛି।

ପୂର୍ବରୁ କର୍ଣ୍ଣାଟକରେ ରହିଥିବା ସୁନା ଖଣିର ଅବସ୍ଥିତ ସଂପର୍କରେ ଚଳଚ୍ଚିତ୍ରଟି ସୂଚୀତ କରୁଛି। ଏଥରେ ୟଶ୍‌, ଶ୍ରୀନିଧି ସେଟ୍ଟୀ, ରମୟା କ୍ରିଷ୍ଣା, ଅନନ୍ତ ନାଗ, ଜନ୍‌ କୋକେନ୍‌ ଓ ଅଚ୍ୟୁତ୍‌ ରାଓ ଆଦି ପ୍ରମୁଖ ଭୂମିକାରେ ଅଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ୍‌।

ସମ୍ବନ୍ଧିତ ଖବର