ବିଦେଶୀ ରାସ୍ତାରେ ଏହି ଭାରତୀୟ ଜିନିଷ ଦେଖି ଖୁସି ହୋଇଗଲେ ପ୍ରିୟଙ୍କା, ସେୟାର କଲେ ଫଟୋ

ଲସ୍‌ଏଞ୍ଜେଲସ୍‌: ଗ୍ଲୋବାଲ୍‌ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ଭାରତର ଯେକୌଣସି ବି ଜିନିଷକୁ ପ୍ରମୋଟ୍‌ କରୁଥିବାର ନଜର ଆସିଥାନ୍ତି। ସେ ଆମେରିକାରେ ରହୁଥିଲେ ବି ନିଜ ଦେଶ ଭାରତ ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଅଧିକାଂଶ ସମୟରେ ଦୃଷ୍ଟିକୁ ଆସେ। ଭାରତୀୟ ଖାଦ୍ୟ ହେଉ ବା ଭାରତୀୟ ଉତ୍ସବ ଅଭିନେତ୍ରୀ ପ୍ରିୟଙ୍କା ସେସବୁକୁ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରି ଭାରତ ପ୍ରତି ନିଜର ଭଲପାଇବା ଦେଖାଇଥାନ୍ତି।

www.aajtak.in

ନିକଟରେ ପ୍ରିୟଙ୍କା ଏକ ଏପରି କାମ କରିଛନ୍ତି ଯାହା ଜାଣିବା ପରେ ଆପଣ ନହସି ରହିପାରିବେ ନାହିଁ। ସେ ଆମେରିକା ରାସ୍ତାରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଲେଖାଥିବା ଏକ ମ୍ୟାନ୍‌ହୋଲ୍‌ର ଉପର ଦେଖିବା ପରେ ତାକୁ ବି ଫଟୋ ଉଠାଇ ସେୟାର କରିଛନ୍ତି। ମ୍ୟାନ୍‌ହୋଲ୍‌ ପାଖରେ ପ୍ରିୟଙ୍କା ନିଜେ ଏକ ଫଟୋ ପୋଜ୍‌ ଦେଇ ତାହାକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ଅବଶ୍ୟ ଏହା ଏକ ବଡ଼ କଥା ନୁହେଁ, ମାତ୍ର ବିଦେଶୀ ମାଟିରେ ଭାରତର ଜିନିଷ ଦେଖିବା ପରେ ଭାବପ୍ରବଣ ହୋଇ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆମେରିକାରେ ରହୁଛନ୍ତି। ‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଗୋଟିଏ ସନ୍ତାନର ପିତାମାତା ବନି ସାରିଛନ୍ତି। ୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍‌ଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ପୂର୍ବରୁ ପ୍ରିୟଙ୍କା କହିଥିଲେ, ଭବିଷ୍ୟତ ପାଇଁ ଆମ ଆଶାର ଗୋଟାଏ ବିଶେଷ ଭାଗ ହେଉଛି ସନ୍ତାନପ୍ରାପ୍ତି। ଈଶ୍ବରଙ୍କ କୃପାରୁ ଯାହା ଯେତେବେଳେ ହେବା କଥା ହେବ।

 

ସମ୍ବନ୍ଧିତ ଖବର