#ମିଠୁ: ସଜିଦ୍‌ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଲାରା ଦତ୍ତାଙ୍କ ସ୍ୱାମୀ ମହେଶ ଭୂପତି

ମୁମ୍ବାଇ: #ମିଠୁ ଅଭିଯାନରେ ପୀଡ଼ିତାମାନଙ୍କୁ ବଲିଉଡ୍‌  ସମର୍ଥନ କରୁଥିବା ବେଳେ ଅଭିନେତ୍ରୀ ଲାରା ଦତ୍ତା ମଧ୍ୟ ଏ ନେଇ ନିଜ ମୁହଁ ଖୋଲିଛନ୍ତି। ଲାରା ତାଙ୍କ ସ୍ୱାମୀଙ୍କ ସହ ବାଣ୍ଟିଥିବା କଥାକୁ ସ୍ୱାମୀ ମହେଶ ଭୂପତି ନିକଟରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ୨୦୧୦ ମସିହାରେ ହାଉସ୍‌ଫୁଲ୍‌ ଚଳଚ୍ଚିତ୍ର ସୁଟିଂ ସମୟରେ ସଜିଦ୍‌ ଖାନ ଲାରାଙ୍କ ସହ-କଳାକାରଙ୍କ ପ୍ରତି ଖୁବ୍‌ ରୁକ୍ଷ ଓ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିଲେ, ଯାହାର ସାକ୍ଷୀ ଲାରା ନିଜେ। ଲାରା ଏ ସଂପର୍କରେ ତାଙ୍କ ସହ ବିବାହ ପୂର୍ବରୁ କଥା ହୋଇଥିଲେ ବୋଲି ମହେଶ ପ୍ରକାଶ କରିଛନ୍ତି। ଶନିବାର ରାତିରେ ଜଣାଶୁଣା ଟିଭି ଉପସ୍ଥାପିକା ବର୍ଖା ଦତ୍ତଙ୍କ ସହ ଏକ ଚାଟ୍‌ ସୋ’ରେ ଭୂପତି ଏ ସଂପର୍କରେ ଖୁଲାସା କରିଛନ୍ତି।

 

ଉଲ୍ଲେଖଯୋଗ୍ୟ, ମିଠୁ ଅଭିଯାନ ଜରିଆରେ ଅନେକ ସେଲିବ୍ରେଟି ନିଜ ସହ ହୋଇଥିବା ଯୌନ ଅସଦାଚରଣ ମାମଲା ସଂପର୍କରେ ଖୁଲାସା କରି ସାରିଛନ୍ତି। ଦଶ ବର୍ଷ ତଳର ପୁରୁଣା ଯୌନ ଅସଦାଚରଣ ମାମଲା ସାମ୍ନାକୁ ଆଣି ଏହି ଅଭିଯାନକୁ ସକ୍ରିୟ କରିଛନ୍ତି ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ #ମିଠୁ ଅଭିଯୋଗ ଆଣିବା ପରେ ଇତି ମଧ୍ୟରେ ଅଭିଯୁକ୍ତ ତାଲିକାରେ ଅନୁ ମଲ୍ଲିକ୍‌, ବିକାଶ ବହଲ୍‌, ସଜିଦ୍‌ ଖାନ୍‌, କୈଳାସ ଖୈର୍‌, ସୁଭାଷ କପୁର୍‌ ଓ ସୁଭାଷ ଘାଇଙ୍କ  ନାମ ଅାସିଛି ।

ସମ୍ବନ୍ଧିତ ଖବର