ମଲ୍ଲିକା ଶେରାଓ୍ଵତ୍‌ ଏବଂ ତାଙ୍କ ବୟଫ୍ରେଣ୍ଡଙ୍କୁ ଘରୁ ବାହାର କଲେ ଘର ମାଲିକ

ମୁମ୍ବାଇ:ମଲ୍ଲିକା ଶେରାଓ୍ଵତ୍‌ ବଲିଉଡରୁ କିଛି ଦିନ ହେବ ଗାୟବ ହୋଇଯାଇଛନ୍ତି। ବଲିଉଡର ହଟ୍‌ ନାୟିକା ମଲ୍ଲିକା ଶେରାଓ୍ଵତ୍‌ ଙ୍କ ହାତରେ ଗତ କିଛି ବର୍ଷ ହେବ କୌଣସି ନୂଆ ସିନେମା ନ ଥିବା ହେତୁ ସେ ଚର୍ଚ୍ଚାରେ ନାହାନ୍ତି । ସେ ମୁଖ୍ୟତଃ ସେକ୍ସି ରୋଲ କରି ବଲିଉଡରେ ଚର୍ଚ୍ଚିତା ହୋଇଛନ୍ତି। ସେ ‘ଖ୍ଵାହିସ’ରେ ସତରଟି ଚୁମ୍ବନ ସିନ୍‌ ଦେଇ ହଟଚମଟ ସୃଷ୍ଟି କରିଥିଲେ। ଏତଦବ୍ୟତୀତ ସେ ‘ମର୍ଡର’ରେ ଏମ୍ରାନ୍‌ ହାସମୀଙ୍କ ସହ ବି ବୋଲଡ ସିନ୍‌ ଦେଇ ଆଲୋଡନ ସୃଷ୍ଟି କରିଥିଲେ। ମଲ୍ଲିକା ଶେରାଓ୍ଵତ ଅନେକ ସମୟରେ ବ୍ୟକ୍ତିଗତ ବିବାଦ କାରଣରୁ ବି ଚର୍ଚ୍ଚା ସାଉଁଟିଛନ୍ତି।
ହେଲେ ଏବେ ସେ ପୁଣି ଏକ ବ୍ୟକ୍ତିଗତ ବ୍ୟାପାରକୁ ନେଇ ଚର୍ଚ୍ଚିତା ହୋଇଛନ୍ତି । ଏହା ଏଭଳି ଘଟଣା ଯାହା ଭାରତରେ ନୁହେଁ ବରଂ ବିଦେଶରେ ଘଟିଛି।

photo-amarujala

ବଲିଉଡରେ ତାଙ୍କୁ କାମ ମିଳୁ ନ ଥିବା ହେତୁ କିଛି ବର୍ଷ ହେବ ମଲ୍ଲିକା ତାଙ୍କର ଫ୍ରେଞ୍ଚ ବୟଫ୍ରେଣ୍ଡ୍‌ଙ୍କ ସହିତ ପ୍ୟାରିସରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । କିନ୍ତୁ ଏବେ ଖବର ମିଳିଛି ଯେ ସେ ସେହି ଆପାର୍ଟର୍ମଣ୍ଟର ଘରଭଡ଼ା ଦେଇ ପାରିନଥିବା ହେତୁ ଘର ମାଲିକ ମଲ୍ଲିକା ଓ ତାଙ୍କ ବୟଫ୍ରେଣ୍ଡ ଙ୍କୁ ଘରୁ ବାହାରୁ କରି ଦେଇଛନ୍ତି । ବିବିସିର ରିପୋର୍ଟ ଅନୁଯାୟୀ ମଲ୍ଲିକା ଶେରାଓ୍ଵାତ୍‌ ତାଙ୍କର ବୟଫ୍ରେଣ୍ଡ୍‌ ସିରିଲ୍‌ ଅଗ୍‌ଜନ୍‌ ଫ୍ୟାନ୍‌ସ ଏଯାଏଁ ଘର ଭଡ଼ା ବାବଦରେ ୮୦ ହଜାର ୟୁରୋ ଅର୍ଥାତ୍‌ ୬୪ ଲକ୍ଷ ଟଙ୍କା ପଇଠ କରି ନଥିବା ହେତୁ ଏଭଳି ଘଟିଛି ।

ଉଭୟ ମଲ୍ଲିକା ଓ ତାଙ୍କ ପ୍ରେମିକ କିଛି ମାସ ହେବ ଆର୍ଥିକ ସମସ୍ୟା ଭିତରେ ଗତି କରୁଥିବା ହେତୁ ସେମାନେ ଘର ଭଡ଼ା ପଇଠ କରି ନଥିବା କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ୨୦୧୬ରେ ତିନି ଜଣ ମୁଖା ପିନ୍ଧି ଥିବା ଯୁବକ ମଲ୍ଲିକା ଶେରାଓ୍ଵାତଙ୍କୁ ପିଟି ଥିଲେ । ଖାଲି ସେତିକି ନୁହେଁ ସେମାନେ ତାଙ୍କ ଉପରକୁ ଲୁହାବୁହା ବାଷ୍ପ ବର୍ଷଣ କରିଥିଲେ ଓ ତାଙ୍କଠୁଁ ଲୁଟ୍‌ପାଟ ମଧ୍ୟ କରିଥିଲେ । ଏହି ଅଘଟଣ ପରଠୁଁ ମଲ୍ଲିକାଙ୍କର ଆର୍ଥିକ ସମସ୍ୟା ଉତ୍କଟ ରୂପ ଧାରଣ କରିଥିଲା ବୋଲି ମଧ୍ୟ ଜଣାଯାଇଛି ।
ମଲ୍ଲିକା ପ୍ୟାରିସର ଏକ ଲୋକପ୍ରିୟ ଅଞ୍ଚଳ ୧୬ ତମ ଆରୋଣ୍ଡିସେମେଣ୍ଟ ରେ ରହୁଛନ୍ତି, ଯେଉଁଠାରେ କେତେକ ଲୋକପ୍ରିୟ ସିନେମାର ସୁଟିଂ ମଧ୍ୟ ହୋଇଛି ।

photo- amarujala

ତାଙ୍କର ଜନ୍ମ ତାରିଖ ହେଲା ୧୯୭୬ ମସିହା ଅକ୍ଟୋବର ୨୪ ତାରିଖ। ବଲିଉଡରେ ସେକ୍ସ ସିମ୍ବଲ ଭାବେ ପରିଚିତା ମଲ୍ଲିକା ଜୀନା ସିର୍ଫ ମେରେ ଲିୟେ ଭଳି ଏକ ସିନେମାରେ ଛୋଟ ରୋଲ୍‌ କରି ବଡ଼ ପରଦାକୁ ଆସିଥିଲେ । ଏହାପରେ ଅବଶ୍ୟ ତାଙ୍କୁ ଲିଡ ରୋଲ ମିଳିଥିଲା। ତାଙ୍କ ଅଭିନୀତ ସିନେମା ଭିତରେ ରହିଛି -ଖ୍ଵାହିସ୍‌, ମର୍ଡର୍‌,ଦ ମିଥ୍‌ , ପ୍ୟାର କେ ସାଇଡ ଇଫେକ୍ଟସ, ଗୁରୁ, ଆପ୍‌ କା ସୁରୁରୁ, ଥ୍ୟାଙ୍କ୍‌ ୟୁ, ହିସ୍‌, ତେଜ୍‌, ଡବଲ ଧମାଲ୍‌ ଓ ପଲଟିକ୍ସ ଅଫ୍‌ ଲଭ୍‌ ଆଦି।

ସମ୍ବନ୍ଧିତ ଖବର